ଥୁଆମୂଳ ରାମପୁର (ମସୀହା) :- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ଉଛେଦ ଘଟଣାକୁ ବିରୋଧ କରିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଓବିସି ମୋର୍ଚ୍ଚାଙ୍କ ପାଇଁ କୌଣସି ସ୍ଥାନ ସଂରକ୍ଷଣ ରଖାଯାଇନାହିଁ ଯାହାକି ସାମ୍ବିଧାନିକ ଅଧିକାର ହାରାଇ ବୋଲି କ୍ଷୋଭ ପ୍ରକାଶ କରାଯାଇଛି। ଏହା ଉପରେ ରାଜ୍ଯ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପର୍ବରୁ ସଂରକ୍ଷଣ ବ୍ଯବସ୍ଥାରେ ପୁନଃବିଚାର କରି ଓବିସିଙ୍କୁ ସ୍ଥାନ ସଂରକ୍ଷଣ କରାଯିବା ପାଇଁ କଲମପୁର ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କଲମପୁର ମଣ୍ତଳ ସଭାପତି ଶ୍ରୀ କମଳ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ଯକ୍ରମରେ ବିଜମରା ମଣ୍ତଳ ସଭାପତି ଅରୁଣ ପଣ୍ତା, ସମ୍ପାଦକ ସୁଧିର କୁମାର ରାଉତ, ଲମ୍ବୋଧର ଲୁହାର, ହୃଷିକେଶ ବେହେରା, ଓବିସି ମୋର୍ଚ୍ଚା ସଭାପତି କୃପାସିନ୍ଧୁ ସାହୁ,କୃଷ୍ଣଚନ୍ଦ୍ର ବାଗ, ସୌରଭ ବେହେରା, ହରେକୃଷ୍ଣ ସାହୁ, ସୁଜିତ କୁମାର ଦଣ୍ତସେନା, ନୀଳକଣ୍ଠ ସୁନାନୀ, ମନୋଜ କୁମାର ନାଏକ, ପ୍ରେମଲାଲ ଦୁର୍ଗା, ସୁଶୀଲ କୁମାର ପତି ପ୍ରମୁଖ ଉପସ୍ଥିତ ରହି କଲମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ବଳଭଦ୍ର ବାଗଙ୍କ ରିପୋର୍ଟ ଥୁଆମୂଳ ରାମପୁର