ଗୋଳାମୁଣ୍ଡା/୪/୯/ମସିହା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଓ ହରିଜନ ମାନଙ୍କୁ ଜଙ୍ଗଲ ଜମି ପଟା ଯୋଗାଇ ଦେଉ ଥିବାବେଳେ ହରିଜନ ଓ ପଛୁଆ ବର୍ଗ ଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟା ଯୋଗାଇ ଦେବା ପାଇଁ ଆଜି କେଗାଁ ବନାଞ୍ଚଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟକ ଭାବେ ଅନୁସୂଚିତ ଜାତିର ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ନିଜର ଜାହିର ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କର ଦାବି ହେଉଛି ଯେ, ଅନୁସୂଚିତ ଜନଜାତି ବର୍ଗର ଲୋକେ ଜମି ପଟା ପାଇ ପରିବାର ପ୍ରତିପୋଷଣ କରି ପାରୁଥିବା ବେଳେ ସେମାନେ ସେହି ନକଟିକାନି ପଞ୍ଚାୟତର ଅଭିଯୋଗ କାରୀ ମାନେ ହେଉଛନ୍ତି ହରିଜନ ସମ୍ପ୍ରଦାୟର ବିପିଏଲ ହିତାଧିକାରୀ ଓ ଜମି ହୀନ ଥିବା ଗରୀବ ପରିବାର । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ଜମି ପଟା ଯୋଗାଇ ଦେବାକୁ ଜିଲ୍ଲାରେ ଏବଂ କେଗାଁ ରେଞ୍ଜର ନିକଟରେ ଏହା ପୂର୍ବରୁ ଜଣାଇ ଥିଲେ ବି ଅଦ୍ୟାବଧି ଜମି ପଟା ଯୋଗାଇ ନଦେବାରୁ ଆଜି ଅଧିକାଂଶ ଭୂମି ହୀନ ମହିଳା ଓ ପୁରୁଷ ବ୍ୟକ୍ତି ମାନେ କେଗାଁ ଉତ୍ତର ବନାଞ୍ଚଳ ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଉପସ୍ଥିତ ରହି ବନବିଭାଗ ଅଧିକାରୀ ମଧୁକର ପଟେଲଙ୍କୁ ନିଜର ଦାବି ପତ୍ର ପ୍ରଦାନ କରିଥିଲେ ଓ କହିଛନ୍ତି ଯେ ସାତଦିନ ମଧ୍ୟରେ ଆମ୍ଭର ଦାବି ପୂରଣ ନହୁଏ ତେବେ ତା ପୂର୍ବ ଦିନ ରେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି,ଉପସ୍ଥିତ ରେ ଯତୀନ୍ଦ୍ର ସେନାପତି ପୂର୍ବତନ ସରପଞ୍ଚ, ହସ ତାଣ୍ଡି, ଇଲସ ବାଗ, ମନୋହର ତାଣ୍ଡି, ଡିଙ୍ଗର ସାଗର, କମଳ ପାନ ପ୍ରମୁଖ ଅଧିକାଂଶ ଯୋଗ ଦେଇଥିଲେ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା