ନର୍ଲା (ମ.ପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ସରିଆଁ ଗ୍ରାମର କୃତିବାସ ସାହୁ ଓ ହରିପ୍ରୀୟା ସାହୁଙ୍କ ବଡ଼ପୁଅ ଶ୍ରୀ ଚିତ୍ତରଞ୍ଜନ ସାହୁ ୦୫.୦୩.୧୯୮୪ ମସିହାରେ ସରିଆଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର ସ୍ଥଳ ସେନାବାହିନୀରେ ୧୪.୧୨.୨୦୦୪ ମସିହାରୁ ୩୧.୧୨.୨୦୨୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୭ ବର୍ଷ ୧୭ ଦିନ ଧରି ଦେଶସେବା କାର୍ଯ୍ୟ ତୁଲାଇଥିଲେ। ସେ ଜଣେ ମିଷ୍ଟଭାଷୀ,ନମ୍ର,ସରଳ ଓ ଉତ୍ତମ ଗୁଣଯୁକ୍ତ ବ୍ୟକ୍ତି।ଭାରତ ମାତାର ସେବା ଭାରତର ବିଭିନ୍ନ ସ୍ଥାନରେ ସୂଚାରୁ ରୂପେ ସଂପାଦନ କରି ନିଜର ଜନ୍ମଭୂମି ସରିଆଁ ମାଟିକୁ ସସମ୍ମାନରେ ସେବା ନିବୃତ ହୋଇ ଫେରିଆସିଛନ୍ତି।ଗ୍ରାମର ଭବାନି ଶଙ୍କର ସାଂସ୍କୃତିକ ଅନୁଷ୍ଠାନ, ଗ୍ରାମବାସୀବୃନ୍ଦ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନକୁ ସମ୍ବର୍ଦ୍ଧିତ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇ ବରିଷ୍ଠ ସଦସ୍ୟ ଜଗୁଲାଲ ଭୋଇ,ବୁଦ୍ଧରାମ ଅଗ୍ରୱାଲ,ନିର୍ମଳ ଭୋଇ,ବନମାଳୀ ମାଝୀ,ପ୍ରମୋଦ ଭୋଇ,ସାଧୁରାମ ଭୋଇ,ଶରତ ଚନ୍ଦ୍ର ଭୋଇ,ସରୋଜ ମହାପାତ୍ର ଉପସ୍ଥିତ ଥିଲେ । ଗଙ୍ଗାନାରାୟଣ ଦାଶ ସଭା ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ , କ୍ଲବର ସଦସ୍ୟ ମନୋଜ କୁମାର ଭୋଇ ,ସ୍ଵାଧୀନ କୁମାର ଭୋଇ, ଅସୀମ ଭୋଇ ,ପ୍ରତ୍ୟୁଷ ଭୋଇ, ରଶ୍ମିରଞ୍ଜନ ସା ,ସୌରଭ ଭୋଇ, ଭକ୍ତ ବିଶ୍ୱାଳ , ପ୍ରଶାନ୍ତ ସାହୁ ,ଅଜିତ ସାହୁ , ସୁନନ୍ଦ ଭୋଇ , ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି