ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇ କୁମ୍ଭାରୀ ଓ ଟେମରି ଗ୍ରାମରେ ଗ୍ରାମ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରଶ୍ମିତା ପଟେଲ ଓ ସୁଷମା ସା ତାଲିମ ଦାତାଦ୍ବୟ କୁମ୍ଭlରୀ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ଓ ଟେମରି ଗ୍ରାମ ପଞ୍ଚାୟତ ଗୃହରେ ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିଭିନ୍ନ ବିଭାଗରେ ସହଭାଗିତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ଏଥିରେ କୁମ୍ଭାରୀ ଗ୍ରାମର ସ୍ଵର୍ଣ୍ଣଲତା ଭୋଇ, ପଦ୍ମିନୀ ସା, ସୁନୀତା ସା, ମାଳତୀ ମାଝୀ, ବିଦୁଲତା ଗୋପାଳ, ବିଲାସ ସା, ସିନ୍ଦୁକା ପଟେଲ, ରେବତୀ ପଟେଲ, ଜାହ୍ନବୀ ପଟେଲ, ସରସ ନାଏକ , ଦୀପିକା ନାଏକ ଓ ଟେମରି ଗ୍ରାମର ଆଲ୍ଲଦିନି ପଟେଲ, ସୂର୍ଯ୍ୟ କାନ୍ତି ପଟେଲ,ସତ୍ୟବତୀ ପଟେଲ, ଶାନ୍ତି ସାହୁ, ଗୁଣବନ୍ତି ସାହୁ ତଥା ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଉପସ୍ଥିତ ଥିଲେ ।( ଟେ ମ ରି ରୁ ଜଗ ଜୀବନ ସ। ଙ୍କ ରିପୋର୍ଟ )