ଆସନ୍ତା ଜାନୁୟରୀ ୧୫ ତାରିଖ ଠାରୁ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କ ପଂଚମ ସେମିଷ୍ଟାର ବା ସେଷ ସେମିଷ୍ଟାର ପରିକ୍ଷା ଅନୁଷ୍ଠିତ ହେବ। କୋର୍ସ ପୁରା ସରିନଥିବାରୁ ପରିକ୍ଷା ହେଲେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ । ଏହାକୁ ନେଇ ନୂଆପଡା ଜିଲ୍ଲା ଖଡିଆଳ ସୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଶୁକ୍ରବାର ସୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ସତାଧିକ ଛାତ୍ରଛାତ୍ରୀ ପରିକ୍ଷା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଆନ୍ଦୋଳନ କରିଥିଲେ । ଏବିଷୟରେ ଖଡ଼ିଆଳ ସୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଆନ୍ଦୋଳନ କାରୀ ଛାତ୍ରଛାତ୍ରୀ ଙ୍କ ପାଖକୁ କଥାବାର୍ତା ହେବା ପାଇଁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ନେଇ ଏକ ୭ ଜଣିଆ ପ୍ରତିନିଧି ଦଳ ପଠାଇ ଥିଲେ । ପତିନିଧି ଦଳ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ଯେଉଁ ପାଠ ପଢାଯାଇ ନାହିଁ, ସେହି ପ୍ରଶ୍ନ ଆସିଲେ ବିଚାର କୁ ନିଆ ଯାଇ ପ୍ରଶ୍ନ ବଦଳାଇ ଦିଆଯିବ କିମ୍ବା ଗ୍ରେସ ମାର୍କ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ କାରୀ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ । ପରିକ୍ଷା ଯେଉଁ ସମୟରେ ନିର୍ବାରଣ ହୋଇଛି ସେହି ସମୟରେ ହେବ ବୋଲି ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ପ୍ରକାଶ କରିବା ସହିତ କୋର୍ସ ପ୍ରାୟ ସରିଛି ବୋଲି ପ୍ରତିକ୍ରିୟା ରଖୁଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ
next post