ତୁମ ନିର୍ଦ୍ଦେଶରେ
ତୁମ ନିର୍ଦ୍ଦେଶରେ ଉର୍ବି ଦିବାକର
ଦିଅନ୍ତି ଶସ୍ୟ କିରଣ
ତୁମରି ଛୁଆଁରେ ମୁଖୁରା ମାଟିରେ
ବରଷେ ଧାରା ଶ୍ରାବଣ
ତୁମ ଆଶୀର୍ବାଦ ରାଶି ରାଶି ହୋଇ
ପାଳିଛି ମହାପାର୍ବଣ
ତୁମ ନିର୍ଦ୍ଦେଶରେ ଉର୍ବି ଦିବାକର
ଦିଅନ୍ତି ଶସ୍ୟ କିରଣ……………
ତୁମେ ନ ଚାହିଁଲେ ହଲେନାହିଁ ପତ୍ର
ଗୁରୁ ମୁଁ ଦିନ ସରଣ
ଆଲୋକ ତେଜର ତୁମେ ଜ୍ୟୋତିବିନ୍ଦୁ
କୋଟି ପ୍ରାଣ ବିନ୍ଦୁ ଜାଣ
ତୁମରି ନାମରେ ସିନ୍ଧୁ ଲଂଘେ ନର
ଶୋଭେ ଭୁଜେ ଭୁଜ ବାଣ
ତୁମ ନିର୍ଦ୍ଦେଶରେ ଉର୍ବି ଦିବାକର
ଦିଅନ୍ତି ଶସ୍ୟ କିରଣ……………..
ଗୁରୁର ଆସନେ ଗରିୟାନ ତୁମେ
ଗୁରୁ ମୋର ରାଧା କୃଷ୍ଣ
ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ କଟକ
ଅଳିକରେ ଦିନ ହୀନ
ଏମାଟି ଗାଉଛି ଆନନ୍ଦ ସ୍ତବକ
ହେବ ନାହିଁ ଅକାରଣ
ତୁମ ନିର୍ଦ୍ଦେଶରେ ଉର୍ବି ଦିବାକର
ଦିଅନ୍ତି ଶସ୍ୟ କିରଣ……………
ସିତାଂଶୁ ଜେନା