ନୂଆପଡା ଜିଲ୍ଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ କଳାହାଣ୍ତି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର୍ ଡକ୍ଟର ସଞୟ ଶତପଥୀଙ୍କ ଦ୍ବାରା ଯୁବ ଗାଳ୍ପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ପ୍ରଥମ ଗଳ୍ପ ସଂକଳନ “ଭାଗ୍ୟର ଭାଗଫଳ” ଲୋକାର୍ପିତ ହୋଇ ଯାଇଛି । ଏହି ଲୋକାର୍ପଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ,ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ,ଅଧ୍ୟାପକ ହରେକୢଷ୍ଣ ମିଶ୍ର, ପ୍ରାଧ୍ୟାପକ ତରୁଣ କୁମାର ପ୍ରଧାନ ,ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର, ଅଧ୍ୟାପକ ସୁନୀଳ କୁମାର ପାଢୀ, ଶ୍ରୀ ଆଶୁତୋଷ ଯୋଷୀ, କଳାହାଣ୍ତି ବିଶ୍ବ ବିଦ୍ୟାଳୟର ଏନଏସଏସ କୋର୍ଡିନେଟର ନୂଆପଡା ଜିଲ୍ଲା କୋର୍ଡିନେଟର ଶ୍ରୀ ସନ୍ତୋଷ ମୁଣ୍ତ ଉପସ୍ଥିତ ଥିଲେ ।ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ଏହା ପୂର୍ବରୁ ୭ ଗୋଟି କବିତା ସଂକଳନ ପ୍ରକାଶ କରିଛନ୍ତି । ଭାଗ୍ୟର ଭାଗଫଳ ତାଙ୍କର ପ୍ରଥମ ଗଳ୍ପ ସଂକଳନ । ଏହି ଗଳ୍ପ ସଂକଳନରେ ମୋଟ ୨୦ ଗୋଟି ଗଳ୍ପ ସ୍ଥାନ ପାଇଛି । ନୂଆପଡା ଜିଲ୍ଲାର ଜନ ଜୀବନ, ଜୀବନ ଶୈଳୀ, ପ୍ରଥା ପରଂପରା ,ଲୋକ ସଂସ୍କୁତି ଆଦି ଗଳ୍ପରେ ସ୍ଥାନ ପାଇଛି । ଏ ଗଳ୍ପ ପାଠକ ମହଳରେ ବେଶ ଆଦୢତ ହେବ ବୋଲି ଗାଳ୍ପିକା ଡ.ପ୍ରିୟମ୍ବଦା ଆଶା ରଖିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ
previous post
next post