ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରଖୋଲିଗାଁ,ମଝାଗାଁ,ହଲୁଆପାଲି,ରୂପିଆମ ଓ ସୋସେଙ୍ଗ ଗ୍ରାମର ୧୦୫ ପରିବାରକୁ ପରିବା ବିହନ ବଣ୍ଟନ କରା ଯାଇଛି । ଦି ୱାରିୟର ଫାଉଣ୍ତେସନ ତରଫରୁ ଲୋକଙ୍କୁ ବିହନ ବଣ୍ଟନ କରା ଯାଇଛି । ଦି ୱାରିୟର ଫାଉଣ୍ତେସନର ସଭ୍ୟ ତେଜରାଜ ପଟେଲ ଘରକୁ ଘର ଯାଇ ପରିବା ବିହନ ବଣ୍ଟନ କରି ଥିଲେ । ଲୋକଙ୍କୁ ମୁଖ୍ୟତଃ ୯ ପ୍ରକାରର ପରିବା ବିହନ ପାଲଙ୍ଗ,ମେଥି,ଧନିଆ, ମୂଳା,ଝୁଡଙ୍ଗ,କାକୁଡି,ବିନସ୍,ଭେଣ୍ତି,କଳରା ଆଦି ବିହନ ବଣ୍ଟନ କରା ଯାଇଛି । ଚାଷୀଙ୍କୁ ବିହନ ରୋପଣ ସଂପର୍କରେ ତାଳିମ ମଧ୍ୟ ଦିଆ ଯାଇ ଥିଲା । କାର୍ଯ୍ୟକ୍ରମକୁ ରାମ ପ୍ରସାଦ ମଲ୍ଲିକ ସହାୟତା କରି ଥିଲେ । ନୂଆପଡ଼ ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post