ଧର୍ମଗଡ -ଧର୍ମଗଡ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ରେ ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବଦକର ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ର ରେ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ମୂଖ୍ୟ ମୂର୍ତ୍ତିମଞ୍ଜରୀ ପଣ୍ଡା ଅଧ୍ୟକ୍ଷତା କରିଥଲେ । ଏଥିରେ ଓଡ଼ିଆ ଅଧ୍ୟାପିକା ଜୟନ୍ତୀ ମୁଦୁଲି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସରୋଜ କୁମାର ମେହେର, ଡ. ପଦ୍ମାଳୟା ଦଣ୍ଡସେନା,ଅଧ୍ୟାପିକା ଅନିତା ସାହୁ ପ୍ରମୁଖ ଯୋଗ ଦେଇ ଭାରତୀୟ ଗଣତନ୍ତ୍ର ରେ ବାବା ସାହେବ ଆମ୍ବେଦକର ଙ୍କ ଭୂମିକା ଉପରେ ଆଲୋଚନା କରି ଥିଲେ । ଲକ୍ଷ୍ୟ ପତି ନାଏକ, ସୋଦନ୍ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହାୟତା କରିଥିଲେ । ( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)