ଖଣ୍ଡିଡଙ୍ଗରିଗୁଡା ଦଳ ଚମ୍ପିୟାନ
ଥୁଆମୂଳ ରାମପୁର:- ( ମସୀହା )କଳାହାଣ୍ଡି
ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ ମଣ୍ଡଳ ମଣ୍ଡି ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି।
ଟୁର୍ଣ୍ଣାମେଣ୍ଟଟି ଡିସେମ୍ବର ୧୯ ତାରିଖ ଦିନ ଆରମ୍ଭ ହୋଇ ୭ ତାରିଖ ଉଦଯାପିତ ହୋଇଛି। ଏଥିରେ ୩୨ଟି ଦଳ ଭାଗନେଇ ଖେଳ ଖେଳିଥିଲେ। ଉଦଯାପନୀ ଦିବସରେ ଦେଉଣ୍ଡି ଦଳ ଏବଂ ଖଣ୍ଡିଡଙ୍ଗରି ଗୁଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ଦେଉଣ୍ଡି ଦଳ ଟସ ଜିଣି ବ୍ୟାଟିଙ୍ଗର ନିଷ୍ପତି ନେଇଥିଲା
୧୨ ଓଭର ବିନିମୟରେ ୭୩ ରନ ସଂଗ୍ରହ କରିଥଲା ଏହାର ଜବାବରେ ଖଣ୍ଡିଡଙ୍ଗରିଗୁଡା ଦଳ ଖେଳଟିକୁ ଭଲ ପ୍ରଦର୍ଶନ କରି ୯ ଓଭର ସୁଦ୍ଧା ଟାର୍ଗେଟ ରନକୁ ଅତିକ୍ରମକରି ଚମ୍ପିୟାନହୋଇଥିଲେଖେଳଟିକୁଏମ୍ପାୟାର ଭାବରେ ଗଜିନ୍ଦ୍ର ନାଏକ ଏବଂ ଗୁଞ୍ଜନ ନିଆଁଲ ପରିଚାଳନା କରିଥିଲେ। ଅମରେନ୍ଦ୍ର ଭୋଇ ଓ ମୁକେଶ ଭୋଇ ସ୍କୋରର ଦାୟିତ୍ୟ ତୋଳାଇଥିଲେ
ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରଦୀପ କୁମାର ବେହେରା। ମୁଖ୍ୟ ବକ୍ତା ଭାବରେ ଯୁବ ବିଜେଡି ସଭାପତି ମନୋଜ କୁମାର ନାଏକ,ସଂମ୍ମାନୀୟ ଅତିଥି ଭାବରେ ସମିତିସଭ୍ୟ ଚିନ୍ତାମଣି ବେହେରା,ସରପଞ୍ଚ ପ୍ରଦୀପ ଭୋଇ, ଖଗେଶ୍ୱର ଛତ୍ରୀଆ, ମିନିକେତନ ମାଝୀ, ଗଣେଶରାମ ବାଗ, ଚକ୍ରଧର ନାଏକ ଏବଂ ନିମନ୍ତ୍ରୀତ ଅତିଥି ଭାବରେ ଡୋଳାଚାନ୍ଦ ବାଗ ,ଏକଲବ୍ୟ ନାଏକ,ସୁକଚନ ଦୁର୍ଗା, ମାଣିକ ନାଏକ, ଭାଗିରଥି ସୁନାନୀ, ହରିହର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ, ଖେଳଟିକୁ ରଜନୀ ଛତ୍ରୀଆ,ଝାଡେଶ୍ୱର ଦୁର୍ଗାଏବଂ ବକ୍ସି ନାଏକ,ଶାଶ୍ୱତ ପଣ୍ଡା
ଧାରାବିବରଣୀ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଚମ୍ପିୟାନ ଟ୍ରଫି ,ରନର୍ସ ଟ୍ରଫି , ମ୍ୟାନ ଅପ ଦ ସିରିଜ , ମ୍ୟାନ ଅପ ଦ ମ୍ୟାଚ , ବୋଲରସ,ଫିଲ୍ଡଡ଼ର୍ସ , ସିକ୍ସରସ,ବେଷ୍ଟ କିପର ଅନ୍ୟାନ୍ୟ ଖେଳାଳି ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିଲା ଚମ୍ପିୟାନ ଖଣ୍ଡିଡଙ୍ଗରିଗୁଡା ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ରନର୍ସ ଦେଉଣ୍ଡି ଦଳକୁ ରନର୍ସ କପ ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟଟିକୁ ପରିଚାଳିତ କରିଥିବା
ଆୟୋଜକ ଦୁଃଖୀଧନ ଦୁର୍ଗା ଏବଂ ସହଯୋଗୀ ପୁରୁଷୋତ୍ତମ ବାଗ , ଶିବ ଦୁର୍ଗା , ସମୀର ଦୁର୍ଗା , ସିଲୁ ଦୁର୍ଗା , ହିମାଂଶୁ ଛତ୍ରୀଆ ପ୍ରମୁଖ ସହଯୋଗ କରିଥିଲେ ।ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ