ଉତ୍କେଲା,କେସିଙ୍ଗା,– କେସିଙ୍ଗା ଥାନା ,କୋକୋମୁଣ୍ଡା ଇଣ୍ଡିୟାନ ପେଟ୍ରୋଲ ପାଖରେ ଶୁକ୍ରବାର ରାତ୍ର ୧୨ ଟାରେ ବରଗଡ ମାଲିକଙ୍କ ଟ୍ୟାଙ୍କର ଗାଡି NL01 N 8491 ଚାଳକ ଅଚ୍ୟୁଚ ସେଠି ଠେଲକୋମୁଣ୍ଡା ପୁଇଁତଲା ବ୍ଲକ ର ଗାଡି ରଖି ଶୋଇପଡି ଥିବା ବେଲେ କେତେକ ଦୁର୍ବୁତ୍ତ ଗାଡିର ପଛପଟୁ ଗ୍ଲାସ ଭାଙ୍ଗି ଅଚ୍ୟୁତ ଶୋଇଥିବା ଅବସ୍ଥାରେ ପିନ୍ଧିଥିବା ପ୍ୟାଣ୍ଟ କୁ ବ୍ଲେଡ ରେ କାଟି ପକେଟରେ ଥିବା ମନିପର୍ଶ ସହ (୪୫୦୦) ଟଙ୍କା,ଲାଇସେନସ,ମୋବାଇଲ ଚୋରି କରି ନେଇଛନ୍ତି। ତାକୁ ଚୋରି କରିବା ପରେ ସେଠାରେ ଶୋଇଥିବା ଆଉ ଏକ ୪୦୭ ର ଗ୍ଲାସ ଭାଙ୍ଗୁଥିବା ବେଲେ ଉକ୍ତ ଚାଳକ ଚେଇଁ ପଡି ହୋହଲ୍ଲା କରିବା ପରେ ସେମାନେ ଓ ଦୁର୍ବୁତ୍ତ ପଥର ଢେଲା ମରାମରି ହୋଇଥିବା ଅଚ୍ୟୁତ କହିଛନ୍ତି। ସେଠାରୁ ଦୁର୍ବୁତ୍ତ ମାନେ ଆସି କୋକୋମୁଣ୍ଡା ପାଖରେ ଥିବା ମେହେର ଗ୍ୟାରେଜ ଜଣେ ବୃଦ୍ଧ ଗାଡି ଚାଳକଟିକୁ ପିଟାମରା କରିଥିବା ଜଣା ପଡିଛି। ଏନେଇ ଉତ୍କେଲା ଚାଳକ ସଂଘ କୁ ଧରି କେସିଙ୍ଗା ପୋଲିସ ଠାରେ ଅଚ୍ୟୁଚ ଅଭିଯୋଗ କରିଥିବା ଜଣାପଡିଛି।ଖବର ପ୍ରକଟ ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ ପକ୍ଷରୁ ଅଞ୍ଚଳ ରେ ରାତ୍ର ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡ଼ା କଡି କରିବା ପାଇଁ ସାଧାରଣ ରେ ଦାବି ହେଉଛି।
ଉତ୍କେଲା ରୁ ଅର୍ଜୁନ ଙ୍କ ରିପୋର୍ଟ