ବେ ଆଇନ ଗୋରୁ ଚାଲଣ କୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସପ୍ତାହର ପ୍ରତି ବୁଧବାର ଦିନ ଖଡିଆଳ ଭବାନୀପାଟଣା ରାସ୍ତାରେ ହଜାର ହଜାର ଗାଈ ଗୋରୁ କୁ ବେ ଆଇନ ଭାବରେ ଚାଳନ କରାଯାଉଥିବା ଅନୁମାନ କରାଯାଉଛି। ଖବର ମତେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ହାଟରୁ ଏହି ଗାଈଗୋରୁ କୁ କ୍ରୟ କରି କଳାହାଣ୍ଡି ଜିଲ୍ଲାର ଧର୍ମଗଡ କୁ ନିଆଯାଏ ଓ ସେଠାରୁ ବାହାର ରାଜ୍ୟକୁ ପଠାଯାଏ। ମାଂସ ରପ୍ତାନୀ ପାଇଁ ଏସବୁ ନିଆଯାଉଥିବା ଲୋକେ ସନ୍ଦେହ କରୁଛନ୍ତି । କଂଟାବାଂଜି ଠାରୁ ଧର୍ମଗଡ ଦୂରତା ୧୦୦ କିଲୋମିଟରୁ ଅଧିକ ଥିବା ବେଳେ ଗର୍ଭବତୀ ଗାଈ ସହ ଛୋଟଛୋଟ ବାଛୁରୀ କୁ ମଧ୍ୟ ନିଆଯାଏ । କଷ୍ଟ ସହ୍ୟ କରିନପାରି ଅନେକ ଗାଈ ଓ ବାଛୁରୀ ବାଟରେ ମୃତ୍ୟୁ ବରଣ କରୁଥିବା ବେଳେ ଚାଳଣ କାରୀ ମାନେ ମୃତ୍ୟୁ ଯାଗାରେ ଶବଛାଡ଼ି ଚାଳିଯାଇଥାନ୍ତି । ମୃତ ଶରୀରରୁ ଦୁଗନ୍ଧ ଆଖପାଖ ଗ୍ରାମରେ ଖେଳିଯାଇଥାଏ । ଫଳରେ ଲୋକେ ଅସହ୍ୟ ବୋଧ କରିଥାନ୍ତି । ୧୦ ରୁ ଅଧିକ ଠିକାଦାର ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ କମ ମଜୁରୀରେ ଏହି କାମ ପାଇଁ ନିୟୋଜିତ କରିଥାନ୍ତି । ହିନ୍ଦୁଧର୍ମରେ ଗାଈ କୁ ମାଁ ବୋଲି ମାନ୍ୟତା ଦିଆଯିବା ଓ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ଏପରି ବେ ଆଇନ ଭାବରେ ଚାଳଣ କରାଯାଉଥିବାରୁ ଭଭିଶ୍ୟତରେ ଅଶାନ୍ତି ସୃଷ୍ଟି ହୋଇପାରେ । ପ୍ରଶାସନ ଏଦିଗରେ ଯତ୍ନବାନ ହେବା କୁ ଚେଷ୍ଟା କରିବା ଉଚିତ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post