ପାପଡାହାଣ୍ଡି,7/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ଲାଲ ବହାଦୁର ହାଇସ୍କୁଲର 2002 ମାଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ ଡାକ ବଙ୍ଗଳାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 20 ବର୍ଷ ପରେ ବନ୍ଧୁ ଙ୍କୁ ଦେଖି ବନ୍ଧୁ ହେଲେ ଆତ୍ମବିଭର ସହ ପୁରୁଣା ଦିନର ସ୍ମୃତି ସାଉଁଟିଥିଲେ | ବନ୍ଧୁ ଶବ୍ଦ ଦୁନିଆରେ ସବୁଠାରୁ ନିଆରା , ସେ ପିଲାଦିନର ବନ୍ଧୁ ହେଉ ଅବା ପ୍ରାପ୍ତ ବୟସର ବନ୍ଧୁ , ଦୁହେଁ ଦୁହିଁଙ୍କୁ ଦେଖିଲେ ଭାରି ଆପଣାର ମନେହୁଏ କିନ୍ତୁ ସେହି ବନ୍ଧୁ ଯେବେ 20 ବର୍ଷ ପରେ ଦେଖାହେବେ ତାହେଲ ସେହି ମୁହୂର୍ତ୍ତ ହୋଇଯିବ ଅବିସ୍ମରଣୀୟ | 2002 ମସିହାର ବନ୍ଧୁତ୍ୱ ଆଜିବି ନିବିଡ଼ କିନ୍ତୁ ନିଜ ମଧ୍ୟରେ ବଢିଯାଇଛି ଦାଇତ୍ୱ ବଧତା , ପାରିବାରିକ ଜଞ୍ଜାଳ ଏବଂ ବଢିଯାଇଛି ଆଗକୁ ବଢ଼ିବାରେ ନିଶା | ପୁରାତନ ଛାତ୍ର ସୁମିତ ଘଣ୍ଟ ଏବଂ ବସନ୍ତ ଗୌଡ଼ ଙ୍କ ତତ୍ୱାବୋଧନରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସୁଜିତ ବିଷୋୟୀ , ଗଗନ ମୁରଲୀ , କେଦାର ସାହୁ , ଚନ୍ଦନ ପାତ୍ର , ଗାନ୍ଧି ଆଚାରି , ସଂଗ୍ରାମ ମଲ୍ଲିକ୍ , ଜଗଦୀଶ ସାସମଲ୍ ଙ୍କ ସମେତ ପ୍ରାୟ 30 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ଭାବର ଆଦାନ ପ୍ରଦାନ କରିଥିଲେ | ଆଗାମୀ ଦିନରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କୁ କରିବା ପାଇଁ ସ୍ଥିତ କରିଛନ୍ତି ପାପଡ଼ାହାଣ୍ଡି ଲାଲ ବାହାଦୂର ହାଇସ୍କୁଲର 2002 ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ