ମୁନିଗୁଡା: ମସୀହା :- ରାୟଗଡା ଜିଲ୍ଲା ମୁନିଗୁଡା ବ୍କକ ଅଧିନରେ ଥିବା ସିଙ୍ଗାରି ଗ୍ରାମରେ ବିଶ୍ବ ପିରିବା କେନ୍ଦ୍ର ହର୍ଷଟ୍ରଷ୍ଟ,ଇକ୍ରିସ୍ଯାଟ୍, ଓଡିଶା ଜୀବିକା ମିଶନ ଙ୍କ ଆନୁକୂଲ୍ୟରେ ନୂତନ ଭାବରେ ଏକ ହାଇଟେକ୍ ପନିପରିବା ଚାରା ଉତ୍ପାଦନ କେନ୍ଦ୍ର ଉଦ୍ଘାଟନ ରାୟଗଡା ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବର ମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟିତ କରିଥିଲେ। ୩ଲକ୍ଷ ଚାରା ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ନର୍ସରି ଦ୍ବାରା ଚାଷୀମାନେ ଦୁଇଗୁଣ ଆୟ କରିପାରିବେ ବୋଲି ବକ୍ତାମାନେ ଉତ୍ସବରେ ପ୍ରକାଶ କରିଥିଲେ। ଉତ୍ସବରେ ବିଶ୍ଵ ପରିବା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅର୍ସାଜ ପାଲ.ବିଜ୍ଞାନି ଅଧିକାରୀ ଅଭିଷେକ ପ୍ରଧାନ,ଇକ୍ରିସ୍ଯାଟର ପରାମର୍ଶ ଦାତା ସୁବ୍ରତ କୁମାର ରଥ, ବରିଷ୍ଠ ବୈଜ୍ଞାନିକ ପୁଷ୍ପଜିତ ଚୌଧୁରୀ, ବିଜ୍ଞାନ ଅଧିକାରୀ ବିଶ୍ବନାଥ ବେହେରା,ବିପିଏମ କ୍ଷୀରୋଦ ଭୂୟାଁ, ଉଦ୍ଯାନ କୃଷି ଅଧିକାରୀ ବିଭାର,ଯଙ୍ଗ ପ୍ରଫେସନାଲ ମନୋରଞ୍ଜନ ବେହେରା ହର୍ଷଟ୍ରଷ୍ଟ ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର କୁମାର ସାହୁ,ଟିମଲିଡର ଉଦ୍ଧବ ସାହୁ, ଲକ୍ଷ୍ମୀ ନାରାୟଣ ରାଓ, ଅଞ୍ଜଳି ପାଇକ, ମିଶନ ଶକ୍ତି ବ୍ଳକ ସଂଯୋଜକ ସାମଲ ଦଗାଲ,ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ,ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ଦଲାଇ,ସି,ଏଚ୍, ଗଣେଶ୍ବର ରାଓ, ଅନ୍ଯମାନଙ୍କ ମଧ୍ୟରେ ପୂର୍ଣ୍ଣିମା କାଶୀ, ଯୁବ କୃଷି ବିଜ୍ଞାନୀ ବିରଞ୍ଚି ଗୌଡଙ୍କ ସହ ଗ୍ରାମବାସୀ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ରାୟଗଡ଼ା ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ