ଚିର ଅବହେଳିତ ପୋଡପଦର୍ ଗ୍ରାମ ପଂଚାୟତ
ଥୁଆମୂଳ ରାମପର:- ମସୀହା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଇନ୍ଦିରାବତୀ ଜଳ ଭଣ୍ତାର ଘେରରେ ରହିଥିବା ବିସ୍ଥାପିତଙ୍କ ଦୁଃଖ କହିଲେନସରେ ଏମାନଙ୍କ ପାଇଁ ସରକାରୀ ଯୋଜନା ଏକପ୍ରକାର ପ୍ରହସନ ପାଲଟିଛି। ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ଅନେକ ସମସ୍ଯାରେ ଜର୍ଜରିତ। ଗ୍ରାମପଞ୍ଚାୟତ ନୂତନ ଭାବରେ ଗଠନ କରାଗଲା ତାହା ସତ କିନ୍ତୁ ଅନ୍ଯ ପକ୍ଷରେ କହିବାକୁ ଗଲେ ଏମାନେ ନିର୍ଭରଶୀଳ ତଳନାଗୀ ଗ୍ରାମପଞ୍ଚାୟତ ଉପରେ। ନିଜର ଗ୍ରାମପଞ୍ଚାୟତ ଥିବା ବେଳେ ଅନ୍ଯ ପଞ୍ଚାୟତ ଠାରୁ ପିଡିଏସ ଚାଉଳ ଓ ଭତ୍ତା ନେବାପାଇଁ ଯାଇଥାନ୍ତି। ଏହା କଣ ଏକ ହାସ୍ୟପଦ ବିଷୟ ନୁହେଁ କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଇନ୍ଦିରାବତୀ ଜଳଭଣ୍ଡା ହେବାଫଳରେ ଏମାନେ ବିସ୍ଥାପିତ ହୋଇ ଅନେକ ଦୁଃଖକଷ୍ଟ ଭୋଗୁଛନ୍ତି। ଏହାଙ୍କ ପାଇଁ ସରକାର କାହିଁକି ଉଦାସୀନତା ରହୁଛନ୍ତି। ତାହା ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏମାନେ ଥୁଆମୂଳ ରାମପୁର ବ୍ଳକରୁ ବାହ୍ଯ ଜଗତରେ ରହିଗଲା ଭଳି ମନେହୁଏ। ଅନେକ ଦୁଃଖକଷ୍ଟରେ ଏହି ଅଞ୍ଚଳର ଜନସାଧାରଣ ଜୀବନ ଯାପନ କରୁଛନ୍ତି। ଏମାନେ କଣ ନାଗରିକ ନୁହନ୍ତି କି, ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ଅଞ୍ଚଳରେ ମୌଳିକ ସୁବିଧା ମନ୍ଥର ଗତିରେ ଚାଲୁଥିବା ନଜିର ରହିଅଛି। ରାଜନୈତିକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ପରିଦର୍ଶନରେ ପ୍ରାୟ ଅବହେଳା କରାଯାଏ। ଏମାଙ୍କୁ ସମସ୍ତେ ପ୍ରତିଶ୍ରୁତି ଦେଇଥାନ୍ତି ହେଲେ ପ୍ରତିଶ୍ରୃତକୁ କାର୍ଯ୍ଯରେ ଲଗାଇବାରେ ବିଳମ୍ବ ହୋଇଥାଏ। ପ୍ରତଶ୍ରୃତି ପ୍ରାୟତଃ ଅଞ୍ଚଳ ପାଇଁ ପ୍ରହସନ ପାଲଟିଛି। ନୂତନ ଭାବରେ ଗଠନ ହୋଇଥିବା ପୋଡାପଦର ଗ୍ରାମପଞ୍ଚାୟତ ଗୃହ ଟିଏ ନିର୍ମାଣ ହେବା ନେଇ ୪ ଲକ୍ଷ ଟଙ୍କାର ଅନୁଦାନ ବ୍ଯୟବରାଦରେ ନିର୍ମାଣ କାର୍ଯ୍ଯ ହେଉଅଛି। ତାହା କେବେ ସମ୍ପୂର୍ଣ୍ଣ ହେବ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଦିନଗଡିଗଡି ଆଉ କେତେ ଦିନ ଗଡିବ ଏହା ଏକ ପ୍ରହସନ ନୁହେଁ କି ବୋଲି ମତପ୍ରକାଶ ପାଉଅଛି। ବିସ୍ଥାପିତ ଜୀବନ ଜୀଇଁବା ଏମାଙ୍କ ପାଇଁ ଭାଗ୍ଯରେ ଲେଖାଅଛି ବୋଧେ। ରାଜନୈତିକ ଦଳର ଏକ ପ୍ରକାର ଭୋଟବାକ୍ସ ତିଆରି କରିବା ଏକ ମାଧ୍ୟମ ନୁହେଁ ତୋ ତେବେ କାହିଁକି ଏମାଙ୍କୁ ଅଣଦେଖା କରାଯାଇଛି। ଆଉ କେତେ ଦିନ ଜଳବନ୍ଦୀ ଭାବରେ ରହିବେ ଶିକ୍ଷା, ସ୍ବାସ୍ଥ୍ୟ ଓ ପଞ୍ଚାୟତରେ ନିତିଦିନିଆ ସୁବିଧା ସୁଯୋଗ ପାଇବେ କେବେ,କେବେ ସମ୍ପୂର୍ଣ୍ଣ ହେବ ପଞ୍ଚାୟତ କାର୍ଯ୍ଯାଳୟ ଅନେକ ପ୍ରଶ୍ନ ରହିଥିବା ବେଳେ ସମସ୍ୟା ଘେରରେ ଜର୍ଜରିତ ପୋଡାପଦର ଗ୍ରାମବାସୀ, ତେବେ ବ୍ଳକ ପ୍ରଶାସନ ଗ୍ରାମପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ଯ ତୁରନ୍ତ ଶେଷ କରନ୍ତୁ ବୋଲି ଅଞ୍ଚଳରେ ମତପ୍ରକାଶ ପାଉଅଛି। ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ