ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମ ଠାରେ ସୁରଜିତ ସିଂ ମହାରଥାଙ୍କ କୋସଲୀ ବହି କୋସଲୀ କଥାନୀ ମାଲା ରବିବାର ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉନ୍ମୋଚନ ଉତ୍ସବରେ ଅଵସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରମେଶ ଚନ୍ଦ୍ର ଠାକୁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର କୁଳପତି ବିଜୟ ସିଂ ମହାରଥା, ମୁଖ୍ୟବକ୍ତା ଭାବରେ କୋସଲରତ୍ନ ସ୍ଵର୍ଗତ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀ ଙ୍କ ସୁପୁତ୍ର ସିଦ୍ଧାର୍ଥ ଚନ୍ଦ୍ର ଯୋଷୀ ସମ୍ମାନୀତ ଅତିଥି ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ର ପରାମର୍ଶ ଦାତା ତଥା ଗାୟତ୍ରୀ ଶକ୍ତିପୀଠ ଚଳନାପଡାର ମୁଖ୍ୟଟ୍ରଷ୍ଟି କେତନ ସିଂ ବାରିକ, ଗାୟତ୍ରୀ ମାତା ଙ୍କ ଉପାସକ ଦୟାନିଧି ବାରିକ ଯୋଗଦାନ କରିଥିଲେ । କୋସଲୀ କଥାନୀ ମାଳାର ଲେଖକ ସୁରଜିତ ସିଂ ମହାରଥା କୋସଲୀ ଭାଷା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରି ସମସ୍ତେ ଏହି କୋସଲୀ ଭାଷା ଆନ୍ଦୋଳନରେ ସଂମ୍ପୃକ୍ତ ରହି ଭାଷା ସାହିତ୍ୟର ଉତରୋତର ଉନ୍ନତି ଏବଂ ସରକାରୀ ଭାଷା ସାହିତ୍ୟର ମାନ୍ୟତା ପ୍ରାପ୍ତ କିପରି ହେବ ସେ ବିଷୟରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ଲେଖକ ଶ୍ରୀ ମହାରଥା ଙ୍କ ଆଗରୁ ପଙ୍କର କବିତା ସଂଙ୍କଳନ ଓ କୋଷଳୀ ଗୀତ ଗଙ୍ଗା ପ୍ରକାଶିତ ହୋଇ ସାରିଛି । ପରେ ଦ୍ଵିତୀୟ ଅଧିବେଶନରେ କୋସଲୀ ଭାଷାର କବୀ ମାନେ ସ୍ଵ ରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କବିତା ସଂଯୋଜନା ଶିକ୍ଷାବିତ ଉମେଶ ଚନ୍ଦ୍ର କ୍ଷତ୍ରୀ, ଗୋବିନ୍ଦ ପଣ୍ଡା, ପିୟୁଷ ପଣ୍ଡା, ରଣଜିତ ସିଂ ମହାରଥା ସ୍ମିତା ସିଂ ମହାରଥା, ଅରୁଣ ଯୋଷୀ । କାର୍ଯ୍ୟକ୍ରମ କୁ ଶତ୍ରୁଜିତ ସିଂ ମହାରଥ ପରିଚାଳନା କରିଥିବା ବେଳେ ସାର୍ଥକ ସିଂ ମହାରଥା, ଶ୍ଵେତା ସିଂ ମହାରଥା କୁସୁମାନଜଲି ମହାରଥା, ବେଦମତୀ ମହାରଥା , କୁଂଜଳତା ମହାରଥା ସହଯୋଗ କରିଥିଲେ । ଶେଷରେ ସାର୍ଥକ ସାରଥ ସିଂ ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post