ନୂଆପଡ଼ା– ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ନୂଆପଡା ଜିଲ୍ଲାର ମୌଖିକସାହିତ୍ୟ କୁ ନେଇ ଏକ ଆଲୋଚନା ଚକ୍ର ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୨ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ସଦସ୍ୟା ଅଧ୍ୟାପୀକା ସୁରେଶ୍ଵରୀ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ରାଜା ତଥା ବିଶିଷ୍ଟ ଗବେଷକ ଜିତାମିତ୍ର ସିଂ ଦେଓ, ଓଡିଆ ମୌଖିକ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଡ. ମହେନ୍ଦ୍ର ମିଶ୍ର ନୂଆପଡା ଜିଲ୍ଲାର ମୌଖିକ ସାହିତ୍ୟ ଉପରେ ଆଲୋକପାତ କରିବା ସହିତ ଲୋକ ମୁଖରେ ବଂଚିଥିବା ସାହିତ୍ୟ ହିଁ ଲିଖିତ ସାହିତ୍ୟ କୁ ପ୍ରେରଣା ଦେଇଥାଏ ବୋଲି ଅବିହିତ କରିଥିଲେ । ମୌଖିକ ସାହିତ୍ୟ କୁ ବଂଚାଇବା ପାଇଁ ସବୁ ପ୍ରକାର ଉଦ୍ୟମର ଆବଶ୍ୟକତା ଉପରେ ସମ୍ମାନୀତ ଅତିଥି ଖଡ଼ିଆଳ ସୟଂଶଅସିତ ମହାବିଦ୍ୟାଳୟରୁ ଅବସର ପ୍ରାପ୍ତ ଡା. ଫଣିନ୍ଦମ ସିଂ ଦେଓ ସମ୍ମାନୀତ ବକ୍ତା ଡା. ପୁଷ୍ପଳତା ରଥ ଗୁରୁତ୍ବାରୋପ କରିଥିଲେ । ପ୍ରଥମ ଅଧିବେଶନରେ କବି ଗୌରାଙ୍ଗ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶିବ ପ୍ରସାଦ ସା ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଠ ସଂଙ୍ଗୀତଜ୍ଞ ନନ୍ଦଳାଳ ବାରିକପ୍ରାରମ୍ଭିକ ସଂଙ୍ଗିତ ପରିବେଷଣ କରିଥିଲେ । ଠିକ ସେହିପରି ଦ୍ୱିତୀୟ ଅଧିବେଶନ ରେ କବି ଗୌରାଙ୍ଗ କୁମାର ସାହୁ, କବୟତ୍ରୀ ମନୋରମା ରଥ ଓ ନିକିତା ମହାଉତି ଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡା ଏକାଡେମୀ ସଦସ୍ୟ ଅଧ୍ୟକ୍ଷତା କରିଥିବା ବେଳେ ନିକିତା ମହାଭୂତ ଅତିଥ ପରିଚୟ ପ୍ରଦାନ କରିଥିଲେ । କବି ବୈଷ୍ଣବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଖଡିଆଳ ସାରସ୍ଵତ ସାଧକ ସର୍ଗତ ନଟରାଜ ମହାପାତ୍ର ଏବଂ ଇରଫାନ ମହମ୍ମଦ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ୫୦ ଜଣ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କୋଭିତ ଗାଇଡ ଲାଇନ ଅନୁସାରେ କାର୍ଯ୍ୟକ୍ରମ କରାଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post