କଳାହାଣ୍ଡି ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଗଣିତ ବିଭାଗର ଅଧ୍ୟାପକ ଡଃ.ହରେକୃଷ୍ଣ ମିଶ୍ରଙ୍କ ସଭାପତିତ୍ବରେ ଚିଚେର ଗ୍ରାମରେ ଶୀତକାଳୀନ ସ୍ବତନ୍ନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରର ବ୍ୟବସ୍ଥାପକ ଭାବରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼କ୍ଟର ସୁରଞ୍ଜନ ପ୍ରଧାନ ଥିବାବେଳେ ମୁଖ୍ୟ ଅତିଥ୍ ଭାବରେ ଇଂରାଜୀ ବିଭାଗର ଅଧ୍ୟାପକ ଡଃ.ଅଶ୍ବିନୀ କୁମାର ପାଢ଼ୀ,ସ୍ବାଗତ ଭାଷଣ ଦେଇଥିଲେ ହିନ୍ଦୀ ବିଭାଗର ଅଧ୍ୟାପକ ଡ଼କ୍ଟର ଶୁଭରାନଶିସ ବାରିକ ସମ୍ମାନିତ ଅତିଥ୍ ସୁନୀଲ କୁମାର ପାଢ଼ୀ , ମୁଖ୍ୟବକ୍ତା ଡ଼କ୍ଟର ତରୁଣ କୁମାର ପ୍ରଧାନ ଏଥି ସହିତ ଅଧ୍ୟାପକ ଧ୍ରୁବଚରଣ ପାତ୍ର ଏବଂ ଚିତ୍ତରଞ୍ଜନ ଜେନାଙ୍କ ସମେତ ଜାତୀୟ ସେବା ଯୋଜନାର କର୍ମୀମାନେ ନିଜର ମତାମତ ଦେଇଥିଲେ । ଗତ 6 ‘ତାରିଖରେ ଆୟୋଜିତ ହୋଇ 12 ତାରିଖରେ ଶେଷ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମଟି କରୋନା ମହାମାରୀ ଯୋଗୁଁ ରବିବାର ଉଦଯାପନୀ ଦିବସ ହୋଇଥିଲା । ଏଥୁରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଚିଚେର ଗ୍ରାମର ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଶେଷରେ ଜାତୀୟ ସେବା ଯୋଜନାର ଅଧିକାରୀ ଡ଼କ୍ଟର ସୁରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |ନୂଆପଡା ରୁ ସୁଜିତ କୁମାର ପ୍ରଧାନ
previous post
next post