ଫୁଲବାଣୀ – ବର୍ତ୍ତମାନ ଓମିକ୍ରନ ନାମକ ଭାଇରସ ସାରା ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି । ଏହି ଓମିକ୍ରନ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ ଓ ସଦର ମହକୁମା ଫୁଲବାଣୀ ସହରରେ ଅଧିକ ସଂକ୍ରମଣ ନ ହେବ। ପାଇଁ ସେଥିପ୍ରତି ଦୃଷ୍ଟି ଦେଇ ଆଜି ଫୁଲବାଣୀ ସହରରେ କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ପକ୍ଷରୁ ସମ୍ପାଦକ ତଥା ଆବାହକ ଭି ଲୋକନାଥ ରାଜୁ ଙ୍କ ନେତ୍ତୃତ୍ୱ ରେ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗରେ ଫୁଲବାଣୀ ସହରରେ ଜନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଟିମ ହ୍ୟୁମାନିଟି କର୍ମକର୍ତ୍ତା ସଦସ୍ୟ ସଦସ୍ୟା ଓ ପୋଲିସ ଅଧିକାରୀ କର୍ମଚାରୀ ଫୁଲବାଣୀ ସହର ସାରା ବୁଲି ଦୋକାନ ବଜାର ବୁଲି,ଯାନବାହାନ ରେ ଯାତାୟତ କରିଥିବା ବ୍ୟକ୍ତି ଙ୍କୁ ମାସ୍କ ଠିକ ଭାବରେ ପିନ୍ଧିବା ,ସାନିଟାଇଜର ବ୍ୟବହାର କରିବା ,ସାମାଜିକ ଦୂରତା ରକ୍ଷା କରିବା,ବିବାହ ,ବ୍ରତ,ଶ୍ରାଦ୍ଧ, ଅନ୍ତେଷ୍ଟିକ୍ରିୟା,ସମୟରେ ସରକାର ଅନୁମୋଦିତ ସଂଖ୍ୟା ନିୟମ ମାନିବା, ସମସ୍ତ ଜନସାଧାରଣ ତ୍ରି ପରସ୍ତ ମାସ୍କ ପରିଧାନ କରିବା,ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ରକ୍ଷା କରିବା,କାର୍ଯ୍ୟକ୍ରମ ର ପ୍ରବେଶ ସ୍ଥାନରେ ସାନିଟାଇଜେର ଓ ସାବୁନ,ଏବଂ ପାଣି ରଖିବାର ବ୍ୟବସ୍ଥା କରିବା,୧୫ ବର୍ଷ ରୁ ୧୮ ବର୍ଷ କିଶୋର କିଶୋରୀ କୋଭିଡ ଟୀକା ପ୍ରଥମ ମାତ୍ରା ଓ ଦ୍ୱିତୀୟ ମାତ୍ରା ନିର୍ଦ୍ଧାରିତ ସମୟରେ ନିଅନ୍ତୁ। ଦ୍ୱିତୀୟ ମାତ୍ରା ଟିକା ନେଇ ଥିଲେ ମଧ୍ୟ କୋଭିଡ ନିୟମ ମାନି ଚଳନ୍ତୁ । ଭୋଜିଭାତ ବାଜା ରୋଷଣୀ ଠାରୁ ଦୁରେ ରହିବା,ହାଟ ବଜାର ଯିବା ସମୟରେ କୋଭିଡ ନିୟମ ପାଳନ କରିବା ଓ ଜନ ଗହଳି ସ୍ଥାନକୁ ନଯିବା ଆଦି କାରଣ କୁ ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହ ପ୍ରଚାର ପତ୍ର ସହର ସାରା ବୁଲି ବଣ୍ଟନ କରାଯାଇଥିବା ଦେଖିବା କୁ ମିଳିଛି। ଉକ୍ତ ସଚେତନ କାର୍ଯ୍ୟକ୍ରମ ବେଳେ ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୂର୍ମୁ, ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ସୁଶାନ୍ତ ସେଠୀ, ପୋଲିସ ଷ୍ଟାଫ ପ୍ରମୁଖ ଯୋଗଦେଇ ଥିଲେ।( ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ)
previous post