ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ବରାଗିଣୀ ଅନୁଷ୍ଠାନର ଖୁଦୁରୁକୁଣୀ ମେଲଣ ୨୦୨୨ ସଂପନ୍ନ

ରାଉରକେଲା/ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ମା ଖୁଦୁରୁକୁଣୀ ମେଲଣ୨୦୨୨ ସେକ୍ଟର ୨୦ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ବରାଗିଣୀ ର ସଭାପତି ସ୍ବର୍ଣ୍ଣପ୍ରଭା ପଲେଇ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ପୁଷ୍ପଲତା ବିଶ୍ବାଳଙ୍କ ଆବାହକତ୍ବ ଓ ମମତାଞ୍ଜଳୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ରାୟ ଜୁନିଅର ମହାବିଦ୍ୟାଳୟର ଅଧ୍ୟକ୍ଷା ରେଣୁବାଳା ସ୍ବାଇଁ, ସମାଜସେବୀ ଅର୍ଚ୍ଚନା ତରାଇ ଓ କଳ୍ପନା ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ୨୧ଟି ଖୁଦୁରୁକୁଣୀ ମେଢ କୁ ମୂଲ୍ୟାୟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଦେବଦତ୍ତ ମିଶ୍ର, ରାକେଶ ସିଂହ, ପ୍ରଫୁଲ୍ଲ ମଂଗଳ, ଅନୀତା ଅଗ୍ରୱାଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସହରରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ହେଉଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସହରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସସ୍ମିତା ଦାସ, ଡାକ୍ତର ପୂଜା ପତି, ସସ୍ମିତା ପ୍ରଧାନ,ସମ୍ବାରୀ ହାସଂଦା, କମଲ ଅଗ୍ରୱାଲ, ଆଶାଲତା ଷଡଙ୍ଗୀ, କିଶୋରୀ ଜେନା, ଜୋସ୍ନା ନନ୍ଦ, ଜ୍ୟୋତିଶ୍ରୀ ଷଡଙ୍ଗୀ, ସୁପ୍ରିୟା ଏସଏସଜି, ସବିତା ଖାତୁନ, ଲେଡି ଲାୟନ, ଆସ୍ଥା ଓ ଫେମ ଫିଲ୍ମ କୁ ଅତିଥିମାନେ ପୁଷ୍ପଗୁଛ୍ଛ, ମେମୋଣ୍ଟୋ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ମୂଲ୍ୟାୟନ ହୋଇଥିବା ମେଢ ମଧ୍ୟରେ ପୁଷ୍ପିତା ସାବ ପ୍ରଥମ, ଆଲୋକା ସାମଲ ଦ୍ୱିତୀୟ,ରଶ୍ମିରେଖା ଜେନା ତୃତୀୟ ଓ ଅର୍ଚ୍ଚନା ଜାଲି ସାନ୍ତ୍ବନା ମୂଳକ ପୁରସ୍କୃତ କରାଯାଇଥିଲା । ସେହିପରି ସକାଳେ ଆୟୋଜିତ ହୋଇଥିବା ରଂଗୋଲି ପ୍ରତିଯୋଗିତାରେ ସନ୍ତୋଷୀ ବିଶ୍ବରାୟ ପ୍ରଥମ, ନିନୀ ରାଉତ ଦ୍ୱିତୀୟ, ସ୍ବର୍ଣ୍ଣପ୍ରଭା ଗୌଡ ତୃତୀୟ ତନିଶା ଆଚାର୍ଯ୍ୟ ଓ ବର୍ଷାରାଣୀ ଗୌଡ ଯୁଗ୍ମ ଭାବେ ସାନ୍ତ୍ବନା ମୂଳକ ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଅନୁଷ୍ଠାନର ବିଷ୍ଣୁପ୍ରିୟା ସାହୁ,ପଦ୍ମାରାଣୀ ବେହୁରା,ଅନୁମତି ଗିରି, ରୂପା ଜ୍ୟୋତି, ଦୀପ୍ତି ନାୟକ, ମମତାଞ୍ଜଳୀ ଦାସ, ଅନିତା ପଣ୍ଡା, ରଶ୍ମିତାରାଣୀ ନାୟକ, ଲିଲୀରାଣୀ ପଣ୍ଡା ସଭାପତି ଶ୍ରୀମତୀ ପଲେଇ ଓ ସଂପାଦିକା ଶ୍ରୀମତୀ ବିଶ୍ବାଳ ତଥା ସଂଗୀତ ଗୁରୁ ପ୍ରଫୁଲ୍ଲ ମଙ୍ଗଳ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । କୁନି କଳାକାର ଇଶାନୀ ରଥ ଓ ଅନ୍ୟମାନେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସ୍ବରାଗିଣୀ ର କର୍ମକର୍ତ୍ତାଙ୍କ ସହ ସର୍ବଶ୍ରୀ ପ୍ରଭାତ ସାମଲ, ବିନୋଦ କୁମାର ରାୟ, ଯଶୋବନ୍ତ ମହାନ୍ତି, କମଳାକାନ୍ତ ନାୟକ ଓ ଅବିନାଶ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସହରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ ହୋଇଥିବାରୁ ଆଖପାଖ ଅଂଚଳରୁ ଶତାଧିକ ମହିଳା ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

Sunil Chandra Nayak

।। ଚିତ୍ରା ରାଣୀ ପାତ୍ର।। ଙ୍କ କବିତା ।। ଆହୁତି।।

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ମୋର୍‌ ନୂଆଁ କଲେଜ୍‌ ପଢ଼ାକଥା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort