Uncategorizedଇଷ୍ଟକୋଷ୍ଟ ରେଲୱେ ରୁ ବାଦପଡିଲା ରାୟଗଡା by masihaJanuary 10, 20220181 Share0 ସାଧାରଣ ରେ ଉତ୍ତେଜନା ରାୟ ଗଡ– ମସୀହା :- ଓଡିଶାର ରେଲୱେ ବିଭାଗରୁ କୋଟିକୋଟି ଟଙ୍କା ରେଲ ରାଜସ୍ବ ଦେଉଥିବା ବେଳେ ନିକଟରେ ଉଦଘାଟିତ ହୋଇଥିବା ରାୟଗଡ଼ା ଡିଭିଜନ ଇଷ୍ଟକୋଷ୍ଟ ରେଲୱେ ରୁ ଆନ୍ଦ୍ରକୁ ଚାଲିଯାଉଛି। ୨୦୧୯ ଜୁଲାଇ ୧୭ ତାରିଖରେ ରେଲ ମନ୍ତ୍ରାଳୟ ରାୟଗଡାରେ ନୂଆଁ ରେଲ ଡିଭିଜନ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ୨୦୨୦-୨୨ ରେଳ ବଜେଟ ରେ ୧୭୦ କୋଟି ଟଙ୍କାର ଡିପିଆର ଦାଖଲ କରିଥିବା ବେଳେ ମାତ୍ର ୩ କୋଟି ୪୦ ଲକ୍ଷ ଟଙ୍କା ଆଜିସୁଦ୍ଧା ଏହି ଡିଭିଜନ ପାଇଁ ମିଳିଛି। ଆରମ୍ଭରୁ ରାୟଗଡା ରେଲ ଡିଭିଜନ ବିରୋଧରେ ଆନ୍ଧ୍ର ରଣହୁଙ୍କାର ଦେଉଛି। ହେଲେ ବର୍ତ୍ତମାନ ଏହି ଡିଭିଜନ ନୂତନ ଉପକୂଳ ରେଲୱେ ଡିଭିଜନ ଜୋନ ଗଠନ କରି ଇଷ୍ଟକୋଷ୍ଟ ରେଲୱେ ଅଧିନରୁ ବିଶାଖାପଟଣା ଓ୍ବାଲଟିୟର ଡିଭିଜନ କୁ ଅଲଗା କରି ଦକ୍ଷିଣ ଉପକୂଳ ରେଲୱେ ଡିଭିଜନ ନାମରେ ଏହାର ମୂଖ୍ଯକାର୍ଯ୍ଯାଳୟ ବିଶାଖାପାଟଣା ରେ ସ୍ଥାପନା ପାଇଁ ମଞ୍ଜୁର ମିଳିଥିବା ଜଣାଯାଇଛି। ଏହାଦ୍ୱାରା ଓଡିଶା ଆନ୍ଦ୍ର ଛତିଶଗଡ଼ ରେ ଥିବା ୮୪ ଟି ଷ୍ଟେସନ ସହ ୫୮୬ କିଲୋମିଟର ରେଲପଥ ଓ୍ବାଲଟିୟର ଡିଭିଜନ ରୁ ରାୟଗଡା କୁ ଆସିବ ଏହା ଦ୍ୱାରା ଆନ୍ଧ୍ର ର ଲାଭ ହେବା ସଙ୍ଗେ ସଙ୍ଗେ ରାୟଗଡ଼ା ଡିଭିଜନ କୁ ପ୍ରଚୁର କ୍ଷତି ଘଟିବ। ଯାହାଫଳରେ ଆନ୍ଧ୍ର ର ମନ ମାନିନୀ କାର୍ଯ୍ଯ ହେବା ସଙ୍ଗେ ସଙ୍ଗେ ରାଜସ୍ବ ଆଦାୟରେ ବେଶ ସହାୟକ ହେବ। ଓଡିଶା ପାଇଁ ଆନ୍ଧ୍ର ବିଭିନ୍ନ କ୍ଷେତ୍ରରେ ଷଡ଼ଯନ୍ତ୍ର କରୁଥିବା ବେଳେ ରେଲବାଇରେ ମଧ୍ୟ ଷଡ଼ଯନ୍ତ୍ର କରୁଥିବା ଜଣାଯାଏ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏଥିପ୍ରତି ଦୃଷ୍ଟି ଦେବାକୁ ଓଡିଶା ବାସୀ ଦାବି କରୁଛନ୍ତି।( ରାୟ ଗଡ ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ)