ଗୋଳାମୁଣ୍ଡା/ମସିହା/୧୦/୧/ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡିନିକଟସ୍ଥ ଧାମନପୁର ଚିରାଗୁଣ୍ଡ ଜୋର ପୋଲ ଠାରେ ଏକ ମୃତ୍ୟୁ ଶରୀର ଦଶପୁର ପୋଲିସ ଜବତ କରିଛି,ଶବ ଉପରେ ସାଇକେଲ ରହିଥିବା ଜଣା ଯାଇଛି, ପୋଲିସ ସୁତରୁ ଜଣା ଯାଉଛି ଯେ ଖଲିଆପାଳି ଗ୍ରାମପଞ୍ଚାୟତସ୍ଥିତ କୁସ୍ତୁରା ପଦର ଗ୍ରାମର ମକାରୁ ମାଝୀ(୫୫)ଗତ ତା୦୪/୦୧/୨୨ତାରିଖ ଠାରୁ ନିଖୋଜ ଥିଲେ ହେଲେ ଆଜି ତା୧୦/୦୧/୨୨ଦିନ ସକାଳୁ କସ୍ତୁରା ପଦର ଗ୍ରାମର ଯୁବକ ମାନେ ଖୁଜି ବାରୁ ଉପରୋକ୍ତ ସ୍ଥାନରେ ଦେଖି ପାଇ ଦଶପୁର ପୋଲିସରେ ଅଭିଯୋଗ କରିବାରୁ ତୁରନ୍ତ ଯାଇ ଦଶପୁର ପୋଲିସ ମିହିରଚନ୍ଦ୍ର ଜୁଆଡ଼ ଶବଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ମେଡିକାଲ ପଠାଇଛନ୍ତି,
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପ୍ରତିନିଧି ରାମକୁମାର ସଙ୍କ ରିପୋର୍ଟ,ମସିହାନିଉଜ,