ରାୟଗଡା– ରାୟଗଡା ଜିଲ୍ଲାର ବାରିଝୋଲା ଗ୍ରାମରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଦୂର ହେଇଛି। ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭର ହେଡ ପାଣି ଟାଙ୍କିର ଆଜି ଉଦଘାଟନ କରା ଯାଇଛି। ଏହି ପ୍ରକଳ୍ପଟିର ଉଦଘାଟନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକ, ରାଜ୍ୟ ସଭାର ସାଂସଦ ଭାସ୍କର ରାଓ, ରାୟଗଡା ଜିଲ୍ଲାର ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ ଓ ଅନୁସୂୟା ମାଝୀ। ଏହି ପ୍ରକଳ୍ପ ଦ୍ବାରା ଵାରିଝୋଲା ସହିତ ଆଖପାଖ ଗ୍ରାମର ଲୋକମାନେ ଉପକୃତ ହେବେ ବୋଲି କହିଛନ୍ତି ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତି ମାନେ।( ରାୟଗଡ଼ା ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ )
next post