ରାୟଗଡା,- ରାୟଗଡା ଜିଲ୍ଲାରେ ବହୁତ୍ ତିଵ୍ ଗତିରେ ବଢୁଛି କରୋନା। ଜିଲ୍ଲାର ଅଧିକାଂଶ ବ୍ଲକକୁ କରୋନା ଛୁଇଁ ସାରିଲାଣି। ଦୁଇ-ତିନି ଦିନ ଧରି ରାୟଗଡା ଜିଲ୍ଲାର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରୁ ପ୍ରଥମେ ୮ ଜଣ ସଂକ୍ରମଣ ହୋଇଥିଲେ, ପୁନଃବାର ଦିନକରେ ଏଠାରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟାକ୍ ଟ୍ରେସ୍ଙି ପରେ ସଂଖ୍ୟା ବୃଦ୍ଧି ପାଇଥିବା ସୁଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଛାତ୍ରାବାସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ହଷ୍ଟେଲରେ ରହୁଥିବା ୩୦୦ ଅନ୍ତେବାସୀଙ୍କ ଆରଟିପିସିଆର ଟେଷ୍ଟି ପରେ ୪୬ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୁଚନା ମିଳିଛି। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ, ଛାତ୍ର ଓ ଛାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ମେଡ଼ିକାଲ ଟିମ୍ ମହାବିଦ୍ୟାଳୟରେ ଆସି ଅନ୍ତେବାସୀଙ୍କୁ ନିୟମିତ ଭାବେ ଔଷଧ ଖାଇବା,ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତିତ ଆଜି ତାରିଖ ୧୦/୧ ରେ ରାୟଗଡା ଜିଲ୍ଲାରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ କରିବାକୁ ଘୋଷଣା କରାଯାଇଛି ଓ କୋରନା ନିୟମକୁ ଠିକ୍ ଭାବରେ ପାଳନ କରିବାପାଇଁ ଆଦେଶ ଦିଆଯାଇଛି। ( ରାୟ ଗଡ ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ )
previous post
next post