କୋକସରା – କୋଭିଡ କଟକଣାରେ ପାଳନ ହେଲା କନ୍ଧ ଆଦିବାସୀ ମାନଙ୍କ ଟୋକିମରା ପର୍ବ । ଆଦିବାସୀ ପରମ୍ପରା, ସଂସ୍କୃତି ଚଳଣି ରହିଛି । ଆଦି ସଭ୍ୟତା ର ନିଦର୍ଶନ ଆଜି ର ଆଧୁନିକ ସମାଜ ରେ ଯଦିଓ ବେଶଭୁଷl ରେ ପରିବର୍ତ୍ତନ ହୋଇଛି ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ପରମ୍ପରା l ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ଵ ରେ ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତି ମାନଙ୍କଦ୍ୱାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବା ବେଳେ, ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ର ଶାରସମାଳ ଗ୍ରାମରେ ଏହି ପର୍ଵ ରବିବାର କୋଭିଡ କଟକଣା ମଧ୍ୟରେ ଉଦଯାପିତ ହୋଇଯାଇଛି। ଟୋକିମରା ପର୍ଵ ପୂର୍ବରୁ ପାରମ୍ପାରୀକ ରିତି ନିତି ଅନୁସାରେ ଗ୍ରାମ ପୂଜାରୀ, ଯାନି,ଗୁରୁମା, ଗ୍ରାମର ମାଟି ଘର ପାଖରେ ଟୋକୀମରା ପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିବା ସହ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବଦେବୀ ଙ୍କୁ ଆବାହନ କରି ଟୋକି ର ପ୍ରତୀକ ବୋଦା (ଗଡ଼ରା) କୁ ବଳି ଦେଇ ମାଟି ଦେବତା ଙ୍କ ନିକଟରେ ସମର୍ପିତ କରିଛନ୍ତି । ସାରସମାଲ ଠାରେ ଆୟୋଜିତ ଟୋକିମରା ପର୍ଵ କୁ ଗ୍ରାମ ପୁଝାରି ମାୟା ପୁଝାରି ,କ୍ଷେତ୍ରୀ ପୁଝାରି, ପଦ୍ମମୁଖ ପୁଝାରି, ପ୍ରଭା ପୁଝାରି ସମେତ କମିଟିର ସଦସ୍ୟ ସ୍ୱୟଂବର ନାଗ, କୃପାସିନ୍ଧୁ ବାଗ, ଅଖିଳ ଚନ୍ଦ୍ର ବାଗ, ସୁଦର୍ଶନ ହଂସ, ନୃପରାଜ ନାଏକ, ପୁସ୍ତମ ନାଗ, ବୈଦ୍ୟରାଜ ମାଝୀ, ନିରଞ୍ଜନ ନାଗ, ଚନ୍ଦ୍ରମଣି ଘି, ଗଣେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି ଟୋକିମରା ପର୍ଵ ର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଟୋକିମରା ପର୍ଵ କୁ ଶାନ୍ତି ଶୃଙ୍ଖଳା ପାଇଁ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ପୋଲିସ ଫୋର୍ସ ସହ ମାଜିଷ୍ଟ୍ରେଟ ଦାୟିତ୍ୱ ରେ କୋକସରା ତହସିଲଦାର ମନୋଜ ପାଢ଼ୀ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ର ସହ ଟୋକି ମରା ପର୍ବ ପାଳନ ହୋଇ ଯାଇଛି ।( ମ ନି ସ)