ନବରଙ୍ଗପୁର, – ନବରଙ୍ଗପୁର ବ୍ଲକ ଚକାଚପର ଗ୍ରାମ ଠାରେ ସଂକୀର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଳକ ର 50 ରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ଦଳକୁ ନିମନ୍ତ୍ରଣ କରାଯାଇଥିଲା l ଯୋଗ ଦେଇଥିବା 27 ସଂକୀର୍ତ୍ତନ ଦଳ ଗୁଡିକର ପଞ୍ଜିକୃତ କରାଯାଇ ପ୍ରତ୍ୟେକ ସଂକୀର୍ତ୍ତନ ଦଳକୁ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଓଡିଶା ପକ୍ଷରୁ ଭାଗବତ ନଦିଆ ଓଡିଶା ନାମ ସଂକୀର୍ତ୍ତନ ମଣ୍ଡଳୀ ପ୍ରମାଣପାତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ର ଶ୍ରୀ ଜଗନ୍ନାଥ ମଣ୍ଡଳୀର ସଭାପତି ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାଳ, ସମ୍ପାଦକ ଶ୍ରୀମାନ ସତ୍ୟବାନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶ୍ରୀମାନ ସୁଜିତ କୁମାର ସାହୁ, ମଣ୍ଡଳୀର ମାର୍ଗଦର୍ଶକ ରତ୍ନାକର ନାରଜୀ, ମଣ୍ଡଳୀର ମୁଖ୍ୟ ଗାୟକ ଲିଙ୍ଗରାଜ ନିଶଙ୍କ, ନବରଙ୍ଗପୁର ଜିଲ୍ଲା ସଭାପତି ଅର୍ଜୁନ ଭତରା ଓ କାର୍ଯ୍ୟକାରୀ ଓ ସହଯୋଗୀ ପୁରୁଷୋତ୍ତମ ନାୟକ ଉପସ୍ଥିତ ରହି ସଂକୀର୍ତ୍ତନ ମଣ୍ଡଳୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ କଳି, ପାପ, ଅସତ୍ୟ, ଅନ୍ୟାୟ ଓ ଅତ୍ୟାଚାର ବିନାଶ କରିବା ଓ ସମାଜରେ ସତ୍ୟ, ଧର୍ମ, ନ୍ୟାୟ, ଶାନ୍ତି, ଦୟା, କ୍ଷମା ପ୍ରତିଷ୍ଠା କରିବା ପରିଷଦ ର ଲକ୍ଷ୍ୟ ବୋଲି ଉପସ୍ଥିତ ମଣ୍ଡଳୀର ମୁଖ୍ୟ ମାନେ କହିଥଲେ l ଏହି କାର୍ଯ୍ୟକ୍ରମ କୁ ମହେଶ୍ୱର, ଇନ୍ଦ୍ର ହରିଜନ, ପର୍ଶୁରାମ, ନୀଳାମ୍ବର, ସୁରେଶ ଧାକଡ ଓ କେଶବ ପ୍ରମୁଖ ସହଯୋଗ କରିଥିଲେ lମଧୁସୂଦନ ସାହୁ ନବରଙ୍ଗପୁର
previous post