ଦଳିତ ଅଧିକାର ମଞ୍ଚ ଓ ଗ୍ରାମ ବାସୀ ପକ୍ଷରୁ ଦାବିପତ୍ର
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ କମ୍ପାନି ଗୁମା ଗ୍ରାମର ମହିଳାଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସିଛି ଓ ସମସ୍ତ ଟଙ୍କା ଉଠିଛି ହେଲେ ସେ ଆବାସ ଗୃହ ବିଷୟରେ ଜାଣି ନାହାନ୍ତି । ଏନେଇ ସୋମବାର ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ଓ ନିଜେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଶ୍ରୀମତୀ ଝମ ମାଝୀ ସ୍ୱାମୀ ଚନ୍ଦ୍ର ସାଏ ମାଝୀ ଓ ଗ୍ରାମବାସୀ ଆସି ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ଦୁର୍ନୀତି କରି ଆବାସ ଗୃହ ଟଙ୍କା ହଡପ କରିଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି ଆର ଏସ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି । ବିଡ଼ିଓଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୨୦୧୮-୧୯ ମସିହାରେ ଝମେ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ମିଳିଛି ଓ ଆବାସ ଗୃହ ନିର୍ମାଣ ବାବଦକୁ ୧,୩୦,୦୦୦ ଏକ ଲକ୍ଷ ତିରିଶ ହଜାର ଟଙ୍କା ଉଠିସାରିଛି କିନ୍ତୁ ଝମେ ମାଝୀ ଜାଣି ନାହାନ୍ତି । ଜିଲ୍ଲା ପ୍ରଶାସନ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ଝମ ମାଝୀଙ୍କୁ ଆବାସ ଗୃହ ଯୋଗାଇ ଦେବା ସହିତ ଦୁର୍ନୀତିରେ ସାମିଲ ଥିବା ଅଧିକାରୀଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ତାଣ୍ଡି, ହିତାଧିକାରୀ ଓ ଗ୍ରାମବାସୀ ଲିଖିତ ଭାବରେ ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ