ସ୍ମୃତି
ଯେଉଁ ନିର୍ବାଣରେ ନୀର୍ବାଣ ଥାଇ
ଖୋଲି ରଖିଲି ମୁଁ ଶବ୍ଦ ମୋହ ।
ତୁମେ ବାନ୍ଧିଗଲ ତା ବନ୍ଧନରେ
ଭୂଲିଯାଇ ସବୁ ଆଖି ଲୁହ ।
ଅନେକ ଆଖିର ଅଲକ୍ଷ୍ୟରେ ତୁମେ
ହେଲ ଯେଉଁ ଏକ ଛୋଟ ରାସ୍ତା
ସେଇ ରାସ୍ତାରେ ମୁଁ ଶବଦ ଯୋଡିଲି
ମନ ହୃଦୟରାଗର ଗାଥା ।
ତନ୍ମୟ ଧୂଳିରେ କମ୍ପିତ ଆବେଗ
ସୃଷ୍ଟି ହେଲା ଯେଉଁ ଭାବ ଗୀତି।
ତାରି ମୋହରେ ବାନ୍ଧି ହେଲୁ ଦୁହେଁ
ଭାବି ତାକୁ ଅବା ମୋକ୍ଷ ମୁକ୍ତି।
ଜନମି ଥିଲେ ଜନମି ଥିବ ତୁମେ
ମୋ ପାଇଁ ତୁମେ ଯେ ବାରମ୍ଵାର ।
ସମ୍ପର୍କର ନାମ ଥାଉକି ନ ଥାଉ
ଥିବା ସେଠି ଆମ ପ୍ରୀତି ଡୋର ।
ଜନମେ ଜନମେ ମିଳିଥାଉ ମୋତେ
ତୁମ ସେଇ ପ୍ରୀତି ଇସ୍ତାହାର ।
ରାତି ଆଉ ଦିନ ହେଉ ବି ତଲ୍ଳୀନ “
ସତେ ବେଦ ଅବା ଓଁକାର ।
ଦିନେ ତୁମେ ଥିବ ମୁଁ ବି ନ ଥିବି
ଥିବ ଖାଲି ଆମ କିଛି ସ୍ତୁତି ।
ଶବ୍ଦରେ ଶବ୍ଦରେ ସାଇତିବ କେହି
ଏଇ ଆମ କିଛି ଅନୂଭୂତି।
ଅନିମା ପରିଡା
ଯୋରନ୍ଦା , ଢେ଼ଙ୍କାନାଳ