ମୋହନଗିରୀ: ମସୀହା :- କଳାହାଣ୍ଡି ଜିଲ୍ଲା ମୋହନଗିରୀ ସରବେଡା ଗ୍ରାମବାସୀ ଗଙ୍ଗାଧର ହୋତାଙ୍କ ବିୟୋଗରେ ଏକ ଶୋକ ସଭା ପାଳନ କରିଛନ୍ତି। ଶ୍ରୀ ହୋତା ତା ୯/୧/୨୦୨୨ ରିଖ ସକାଳ ୭.୧୬ ମିନିଟ୍ ରେ ପଞ୍ଚ ଭୂତରେ ଲୀନ ହୋଇଯାଇଛନ୍ତି। ଶ୍ରୀ ହୋତା ଭବାନୀପାଟଣା ନୂଆପଡା ସ୍ଥିତ ତାଙ୍କ ବାସଭବନରେ ରହୁଥିଲେ। ଭବାନୀପାଟଣାରେ ଆଇନଜୀବୀ ବ୍ଯବସାୟ ଓ ସ୍ଥାନୀୟ ଏକ ସାପ୍ତାହିକ ଖବର କାଗଜ ର ସମ୍ପାା ଦକ ଥିଲେ। ନିଜ ଚାଷ ଗ୍ରାମ ମୋହନଗିରୀ ସରବେଡା ଠାରେ ପ୍ରାୟ ୧୫ ବର୍ଷ ଯିବା ଆସିବା କରି ଚାଷକାର୍ଯ୍ଯ କରିଆସୁବେଳେ ତାଙ୍କୁ ୯୬ ବର୍ଷ ହୋଉଥିଲା। ତାଙ୍କର ଦୁଇ ପୁଅ ପ୍ରଥମ ପୁଅ ନିଳମାଧବ ହୋତା ଓ ଦ୍ବିତୀୟ ବିଶ୍ବଜିତ ହୋତା ଅଛନ୍ତି। ତାଙ୍କର ଅତି ଘନିଷ୍ଠ ଶ୍ରୀ ହୋତାଙ୍କ ପି” ସହଦେବ ହୋତାଙ୍କର ପାଳିତ ପୁତ୍ର ହେଉଛନ୍ତି। ଶ୍ରୀ ହୋତାଙ୍କ ବିୟୋଗରେ ସରବେଡା ଗ୍ରାମବାସୀ ଓ ମୋହନଗିରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ମୋହନଗିରୀ ରୁ ସୁବାସ ଚନ୍ଦ୍ର ମନହିରାଙ୍କ ରିପୋର୍ଟ