ବୈଦ୍ୟୁତିକ ଉପକରଣ ଓ କ୍ରୀଡ଼ା ସାମଗ୍ରୀ ଚୋରି
ଭବାନୀ ପାଟଣା – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜଳେଶ୍ଵର ସରକାରୀ ବିଦ୍ୟାଳୟ ସ୍କୁଲ ବନ୍ଦ ହେବାପରେ ଦୁଇଟି ଶ୍ରେଣୀଗୃହ ର ସ୍କାଇଲାଇଟ ଭାଙ୍ଗି ଭିତରେ ପଶି ଦୁର୍ବୃତ୍ତ ମାନେ ଗତକାଲି ସ୍କୁଲ ର ବୈଦ୍ୟୁତିକ ସାମଗ୍ରି ରନ୍ଧା ବାସନ ସମେତ ଖେଳ ଉପକରଣ ଚୋରି କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ଏହି ବିଦ୍ୟାଳୟ ଟି ନିଛାଟିଆ ସ୍ଥାନରେ ଅବସ୍ଥିତ।ଏହି ସ୍କୁଲ ଟି ଭବାନିପାଟଣା ମ୍ୟୁନିସିପାଲଟି ୱାର୍ଡ ନମ୍ୱର୍ ଦୁଇ ଅନ୍ତର୍ଭୁକ୍ତ।କିଛି ମାସ ପୂର୍ବରୁ ସ୍କୁଲ ହତା ମଧ୍ୟରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ରୁ ମଧ୍ୟ ରୋଷେଇ ବାସନ କୁସନ ସହ ଅଲମିରା ଇତ୍ୟାଦି ଚୋରି ଯାଇଥିଲା ଏବଂ ଟାଉନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସାରଦା ରଥ ବିଦ୍ୟାଳୟ ରୁ ଚୋରି ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ସହ ଭବାନୀପାଟଣା ଟାଉନ୍ ଥାନାରେ ଏତଲା ଦେବାପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ସେହିପରି ବିଭାଗୀୟ CRCC ପ୍ରଫୁଲ୍ଲ ଠାକୁର ମଧ୍ଯ ବିଦ୍ୟାଳୟ ରେ ପହଞ୍ଚି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।ବିଦ୍ୟାଳୟ ଟି ସହର ର ଶେଷମୁଣ୍ଡରେ ଥିବାରୁ ନିର୍ଜନତା ର ସୁଯୋଗ ନେଇ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ମାନେ ବିଦ୍ୟାଳୟ ପରିସରରେ ପଶି ମଦ୍ୟ ପାନ ଭଳି ନାନାଦି କୁକର୍ମ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ( ସହ ସଂପାଦକ ଅର୍ଜ୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ )