ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର
ଭୁବନେଶ୍ୱର:- ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ଟପି ଯାଇଛି।ଗତ ୨୪ ଘଣ୍ଟାରେ ୭ ହଜାର ୭୧ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହିପରି ସଂଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୯୪୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ,ଖୋର୍ଦ୍ଧା ଜିଲ୍ଲା ରୁ ସର୍ବାଧିକ ୨ ହଜାର ୨୨୬ ଜଣ ଓ ଟା ପଛକୁ ସୁନ୍ଦରଗଡ଼ ଜିଲ୍ଲା ରୁ ୧ ହଜାର ୧୪୭ ଜଣ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ-19 କଟକଣା କୁ ନେଇ ଭୁବନେଶ୍ୱର ମହାନଗର ନିଗମ ଶକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଭିଡ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ବି.ଏମ୍.ସି ଧାର୍ଯ୍ୟ କରିଛି।ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ୍ ପିନ୍ଧିବା ସୁନିଶ୍ଚିତ କରିବା ସହ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ଓ ଭିଡ ରୁ ନିବୃତ ରହିବା ସକାଶେ ପରାମର୍ଶ ଦିଆଯାଇଛି।ଅନ୍ୟପକ୍ଷରେ,ଆମେରିକାର ୟେଲ୍ ସ୍କୁଲ ଅଫ୍ ମେଡ଼ିସିନ୍ ର ସହାୟକ ପ୍ରଫେସର୍ ଜର୍ଜ ମୋରେନା କହିଛନ୍ତିି ଯେ ଡିସେମ୍ବର ମାସ ଶେଷ ସୁଦ୍ଧା କୋଭିଡ -19 ର ସଂକ୍ରମଣ ସାମାନ୍ୟ ସ୍ଥିତିରେ ଥିଲା କିନ୍ତୁ ଗତ ଏକ ସପ୍ତାହ ହେଲା ଓମିକ୍ରନ ଯୋଗୁଁ ସମଗ୍ର ବିଶ୍ଵରେ କରୋନା ର ବିସ୍ଫୋରଣ ହୋଇଛି।ଆଜି ସନ୍ଧ୍ୟାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ସାରା ଦେଶରେ କରୋନା ସଂକ୍ରମଣ ଉପରେ ଚିନ୍ତା ବ୍ୟକ୍ତ କରିବା ସହ ଓଡିଶା ରେ ବୃଦ୍ଧି ପାଉଥିବା ସଂକ୍ରମଣ କୁ ରୋକିବାକୁ ଆଗାମୀ କିଛି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସୁଚନା ଦେଇଛନ୍ତି। ଏଥିପ୍ରତି ଉଭୟ ଜନସାଧାରଣ ଓ ପ୍ରଶାସନ ସତର୍କ ରହି କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।( ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ )