ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଫେବୃୟାରୀ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

       ଭୁବନେଶ୍ୱର:- ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ରାଜ୍ୟ ନିର୍ବାଚନ କମିଶନ ଜାନୁଆରୀ ୧୧ ତାରିଖ ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି।ଆସନ୍ତା ଫେବୃୟାରୀ ମାସ ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।ସେହିଭଳି ଫେବୃୟାରୀ ୨୬,୨୭ ଓ ୨୮ ତାରିଖ ଭୋଟ ଗଣତି ହେବ ।ଏହି ପଞ୍ଚାୟତ ନିର୍ବାଚନ ରେ ଓଡ଼ିଶାର ୨ କୋଟି ୭୯ ଲକ୍ଷ ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରିବେ ଓ ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।ଭୋଟ ଗ୍ରହଣ ସରିଲେ ଫେବୃଆରୀ ୨୬ ରୁ ୨୮ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।  ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭୋଟ ପ୍ରଚାର ସକାଶେ କେତେକ କଟକଣା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।ପ୍ରଚାର ପାଇଁ ସାଧାରଣ ସଭା ,କୌଣସି ପ୍ରକାର ସମାବେଶ, ପଥ ପ୍ରାନ୍ତ ପଦଯାତ୍ରା ତଥା ବାଇକ୍ ରାଲୀ ପାଇଁ ବାରଣ କରାଯାଇଛି।ସର୍ବାଧିକ ୫ ଜଣ ଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିପାରିବେ।ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମ ରେ ପ୍ରଚାର କରିପାରିବେ ପ୍ରାର୍ଥୀ।ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା କରିବା ପାଇଁ ମଧ୍ୟ ଅନୁମତି ଦେଇ ନାହାନ୍ତି ରାଜ୍ୟ ନିର୍ବାଚନ କମିଶନ। ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ-19 ର ମାର୍ଗଦର୍ଶିକା କୁ ଖିଲାପ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଦଣ୍ଡିତ ହେବେ।ସମ୍ପୂର୍ଣ୍ଣ କୋଭିଡ ଟିକା ନେଇଥିବା ଏବଂ ନେଗେଟିଭ RTPCR ଅଥବା ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ।ତେବେ,ସାମ୍ପ୍ରତିକ ପରିସ୍ଥିତି କୁ ଦେଖି କଟକଣା କୋହଳ ବା କଠୋର କରାଯାଇପାରେ।ପ୍ରାପ୍ତ ସୂଚନା ଅନୁସାରେ ଜାନୁୟାରୀ ମାସ ୧୩ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।ଜାନୁୟାରୀ ୧୭ ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ ଓ ୨୨ ରେ ପ୍ରାର୍ଥୀପତ୍ର ଗୁଡ଼ିକ ଯାଞ୍ଚ କରାଯିବ ।ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ ଏବଂ ସେହିଦିନ ୨୫ ତାରିଖ ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।ସେହିଭଳି ମାର୍ଚ୍ଚ ମାସ ୧୧ ତାରିଖରେ ନାଏବ ସରପଞ୍ଚ,୧୨ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୩ ରେ ଉପାଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୩ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ୨୫ ରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।ତେବେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଯଦି କୌଣସି ପ୍ରାର୍ଥୀ ମିଥ୍ୟା ସତ୍ୟ ପାଠ ଦାଖଲ କରିବେ ତେବେ ପ୍ରାର୍ଥୀ ଙ୍କୁ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି ବୋଲି ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି  (ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ଟ)

Related posts

ଖଇରା ବ୍ଲକ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

masiha

ଶିଶୁ କବିତା – କୁକୁଡ – କୁ

Sunil Chandra Nayak

ତେରେସିଂହାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort