ଟେମରୀ – କଳାହାଣ୍ଡି ରେ ତୃତୀୟ ଲହର କରୋନା ଓମିକ୍ରନ ଦିନକୁଦିନ ଦୃତଗତିରେ ବୃଦ୍ଧି ପାଉଥିବା ହେତୁ ଗୋଲାମୁଣ୍ଡା ବ୍ଲକ ପଞ୍ଚାୟତସମିତି ତରଫରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଯାଇ ବିଭିନ୍ନ ଗ୍ରାମଗୁଡିକର ଲୋକମାନଙ୍କୁ କରୋନା ସଚେତନତା ସକାଶେ ଗାଡ଼ିରେ ମାଇପ ବାନ୍ଧି ଅଡିଓ ମାଧ୍ୟମରେ ସଚେତନତା କରାଯାଉଛି । ଏଥିରେ 8 ଟି ନିୟମ ପାଳନ କରିବା ପାଇଁ କୁହାଯାଇଛି । ୧୫ ରୁ ୧୮ ବୟସର ପୁଅ ଝିଅ ମାନେ ଟୀକାନେବା , ସବୁବେଳେ ମୁହଁରେ ମାସ୍କ ଲଗାଇବା , ସଦାବେଳେ ସାବୁନରେ ହାତ ଧୋଇବା ଏବଂପାଣି ନ ଥିଲେ ସେନିଟାଇଜ ବ୍ୟବହାର କରିବା ,ନିଜ ନିଜର ଠାରୁ ୬ଫୁଟ ଦୂରରେ ରହିବା , ଭୋଜିଭାତ , ହାଟ ବଜାରରେ ସରକାରଙ୍କ କୋଭିଟ ନିୟମ ପାଳନ କରିବା ,ଅତି ଜରୁରୀ କାମ ପଡ଼ିଲେ ବାହାରକୁ ବାହାରିବା ନ ହେଲେ ବାହାରକୁ ନ ଯିବା ,ସର୍ଦ୍ଦି ଜ୍ଵର , ଥଣ୍ଡାଖାସ ହେଲେ ନିଃଶ୍ୱାସ ନେବାକୁ ଅସୁବିଧା ହେଲେ କରୋନା ପରୀକ୍ଷା କରିବା, କୌଣସି ଲକ୍ଷଣ ଦେଖା ନ ଗଲେ ବି ମଝିରେ ମଝିରେ କରୋନା ପରୀକ୍ଷା କରିବା , ନିଜ ସୁରକ୍ଷା ନିଜେ ନେବା ଆଦି ସଚେତନତା ସୃଷ୍ଟି କରିବା ସକାଶେ ଅଭିଯାନ ଜାରି ରହିଛି। ( ଟେ ମ ରି ରୁ ଜଗ ଜୀବନ ସ। ଙ୍କ ରିପୋର୍ଟ)
previous post