ବାନୀ ପାଟଣା – କଳାହାଣ୍ଡି ଜିଲ୍ଲା ରେ ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ ଡାଲି ଜାତୀୟ ଫସଲ ନଷ୍ଟ ହେବାସହ ଖଲାରେ ଥିବା ଧାନ ଭିଜିଯାଇଛି। ଅନେକ ଗ୍ରାମରେ କୁଆପଥର ମାଡ ଯୋଗୁ ଘରର ଛପର ଆଜବେଷ୍ଟସ ଫାଟି ଯାଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ଯମ ରୁ ଅଧିକ ବର୍ଷା ଓ କୁଆପଥର ମାଡ ଯୋଗୁଁ ଡାଲି ଜାତୀୟ ଫସଲ କାନ୍ଦୁଲ, ମୁଗ, ମଶୁର, ଆଦି ଫସଲ କ୍ଷତିଗ୍ରସ୍ତ ହେବା ଯୋଗୁଁ ଚାଷୀ ମହଲରେ ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷର ବିଳମ୍ବିତ ମଣ୍ଡି ପ୍ରକ୍ରିୟା ଯୋଗୁ ଚାଷିମାନେ ଖଲା ରେ ରଖିଥିବା ଧାନ ପାଣିରେ ଭିଜିଯାଇଛି। ବିଭିନ୍ନ ଗ୍ରାମର ଘରର ଖପର, ଆଜବେଷ୍ଟସ୍ ଆଦି ନଷ୍ଟ ହୋଇଯାଇଛି। କୁଆପଥର ମାଡ ଯୋଗୁଁ ୨୬ ନମ୍ବର ଜାତୀୟ ଚାରବାହାଲ, କାଲୋପଲା ଆଦି ସ୍ଥାନରେ ଯାନବାହାନ ଅଟକି ରହିଥିଲା।ଆମର ଜଣେ ଶୁଭେଚ୍ଛୁ ବିଶିଷ୍ଟ ସମାଜସେବୀ ଦିନେଶ୍ କୁମାର ପଣ୍ଡା ଏହି ଭୀଷଣ କରକାପାତ ର ଦୃଶ୍ୟ ଉତ୍ତୋଳନ କରି ପ୍ରେରଣ କରିଥିଲେ। ସରକାର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଙ୍କୁ ସହାୟତା ପାଇଁ ଦାବି ହେଉଛି।( ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ)
previous post
next post