ଓଡିଶାରେ ଓଡିଆ ଜାତିର
ପାରମ୍ପରିକ ପର୍ବ
ପ୍ରତି ଘରେ ପୂଜା କରନ୍ତି
ନାରୀମାନେ ଯେ ସର୍ବ।।
ପୌଷ ଶୁକ୍ଳ ଦଶମୀ ତିଥିରେ
ସୂର୍ଯ୍ୟ ଦେବତାଙ୍କ ପୂଜା
ବିଧି ମୁତାବକ ଫୁଲ ଫଳ
ହୋଇଥାଏ ପରା ଖୋଜା।।
ସପ୍ତ ମଣ୍ଡଳ ମୁରୁଜେ କରି
ସପ୍ତବର୍ଣ୍ଣ ଫୁଲ ଫଳ
ତିନି ଧୂପେ ପିଠା ପଣା କରି
ପୂଜନ୍ତି ତିନି କାଳ।।
ପ୍ରାତରେ ଗାୟତ୍ରୀ ନାମେ ପୂଜି
ମଧ୍ୟାହ୍ନେ ଟି ସାବିତ୍ରୀ
ସାୟାନେ ସରସ୍ଵତୀ ପୁଣି
ପୂଜି କରନ୍ତି ଆଳତୀ।।
ଅଣଉଦିଆ ଚାଉଳ ଗୁଡ
ଛେନା କଦଳୀ ବାଢି
ଅର୍ଘ୍ୟ ଅର୍ପଣ ପ୍ରାତ ମୂହୂର୍ତ୍ତେ
ପ୍ରଣାମ ମୁଣ୍ଡ ମାଡି।।
ମଧ୍ୟାହ୍ନେ ସନ୍ତାନ ନାମେ ଜଚା
ପିଠା ମିଠା ଖେଚୁଡି
କଳସ ଥାପି ସୂର୍ଯ୍ୟ ଦେବଙ୍କୁ
ଖିରି ଆରିସା ବାଢି।।
ବାଇଗଣ ପତ୍ର ସାତଟି ଥୋଇ
ଧୂପ ଦୀପ ଝୁଣା ଦେଇ
ବାଳୁତ ପିଲାଙ୍କୁ ବସାଇଣ
ଖୁସିରେ ଦିଅନ୍ତି ଖୋଇ। ।
ସାୟନ ସନ୍ଧ୍ୟା ଅସ୍ତ ସୂର୍ଯ୍ୟଙ୍କୁ
ବୁଢା ଚକୁଳି ପୂଜି
ସନ୍ତାନର ଶୁଭ ମନାସନ୍ତି
ଧ୍ୟାନରେ ଆଖି ବୁଜି।।
ପ୍ରଦ୍ୟୁମ୍ନ ଯେ ଶମ୍ବରାସୁରକୁ
ଏହି ଦିନ ବଧି ଥିଲେ
ବିଶ୍ବାସ ରହିଛି ସୂର୍ଯ୍ୟ ପୂଜି
ଶାମ୍ବ ସାପ ମୁକ୍ତ ହେଲେ।।
ସୌନ୍ଦଯ୍ୟକୁ ନେଇ ଆତ୍ମ ଗର୍ବେ
ଗୋପୀଙ୍କୁ ଅସଦା ଚରଣ
କୃଷ୍ଣ ଅଭିଶାପେ କୁଷ୍ଠ ରୋଗେ
ଭୋଗିଲେ ବହୁ କଷଣ।।
ନାରଦ ପରାମର୍ଶେ ଅର୍କ କ୍ଷେତ୍ରେ
ସୂର୍ଯ୍ୟଙ୍କୁ ପୂଜା କରିଲେ
ଏହିଦିନ ରବି ଆର୍ଶିବାଦେ
ରୋଗ ମୁକ୍ତ ହୋଇଲେ।।
ଗୌତମଙ୍କ ପତ୍ନୀ ପଦ୍ମ ମୁଖୀ ଯେ
ସୂର୍ଯ୍ୟଙ୍କୁ ପୂଜା କରି
ନି ସନ୍ତାନ ଦୋଷୁ ଉଦ୍ଧାର ହେଲେ
ସନ୍ତାନ କୋଳେ ଧରି।।
🍌🥥🍌🥥🍎🥥🍌🥥🍌
ପାରାଦ୍ବୀପ ଗଡ, କୁଜଙ୍ଗ, ଜଗତସିଂହପୁର🙏