କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ୍ ଅଞ୍ଚଳରେ ଗତ ମଙ୍ଗଳବାର ଠାରୁ ଅଦିନିଆ ବର୍ଷା ଲାଗି ରହିଛି l ଫଳରେ କର୍ଲାମୁଣ୍ଡା, ତେରେସିଂହା, ରିଷିଡା, ରିଂଜା, ଯୋରାଡବରାରେ ଥିବା ମଣ୍ଡି ଗୁଡ଼ିକରେ ହଜାର ହଜାର ଧାନ ବସ୍ତା ପଡ଼ି ରହିଛି l ବର୍ଷା ଯୋଗୁଁ ମିଲ୍ ମାଲିକ ମଧ୍ଯ ଧାନ ଉଠେଇ ପାରୁ ନାହାନ୍ତି l ଶୀତ କାକର ସାଙ୍ଗକୁ ଅଦିନିଆ ବର୍ଷାରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ସେହିପରି ବର୍ଷା ଯୋଗୁଁ ଡ଼ାଲି ଜାତୀୟ ଫସଲ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post