ମୟୂରଭଞ୍ଜ -୨୩/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ହାଟବାଦଡା ପଞ୍ଚାୟତର ହାଟବାଦଡା ବଜାରର ୩ନମ୍ଵର ଓ୍ବାର୍ଡରେ ‘ସ୍ବଛତା ହିଁ ସେଵା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସେପ୍ଟେମ୍ବର ୫ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ସ୍ବଛତା ହିଁ ସେବା’ ଅଭିଯାନପାଳନ କରାଯାଉଛି ।ଏହି କାର୍ଯ୍ୟକ୍ରମ ଅବସରରେ ହାଟବାଦଡା ପଞ୍ଚାୟତ ର ବିଭିନ୍ନ ଗ୍ରାମର ପରିସରକୁ ପରିଷ୍କାର ଓ ପରିଛନ୍ନ ପଞ୍ଚାୟତର ରକ୍ଷା ସରପଞ୍ଚ ଶ୍ରୀମତୀ ସବିତା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଛି ।ଆଜି ଶୁକ୍ରବାର ଦିନ ହାଟଵାଦଡା ବଜାରର ୩ ନମ୍ବର ଓ୍ବାର୍ଡକୁ ନିଜେ ସରପଞ୍ଚ ସବିତା ସୋରେନ ମହୋଦୟା ସଫେଇ କରିବା ସହ ମୁଣ୍ଡରେ ଅଳିଆ, ଅପରିଷ୍କାର ଗଛ,ଲତା,ବାଲି,ଗୋଟିକୁ ଟ୍ରାକ୍ଟରେ ନଦିଥିଲେ ।କାର୍ଯ୍ୟକ୍ରମରେ ଓ୍ବାର୍ଡ ମେମ୍ବର,ଗାଁ ର ଇନ୍ଦ୍ର କୁମାର ମୁଣ୍ଡା,ସିପୁ ଗିରି,,ଭୀମ ଟୁଡୁ ଏବଂ ଅନ୍ୟମାନେ ସାମିଲ ଥିଲେ । ସେହି ରାସ୍ତାଟି ଅତ୍ୟନ୍ତ ଗହଳିପୁର୍ଣ ଓ ଅଣ ଓସାରିଆ ରାସ୍ତା । ବିଡିଓ ଓ ଉପଜିଲ୍ଲାପାଳ ମହୋଦୟ ଅଣଓସାରିଆ ଗହଳିପୁର୍ଣ ରାସ୍ତାଟି କୁ ଗମନାଗମନର ସୁବିଧା ପାଇଁ ଚଉଡ଼ା ରାସ୍ତା କରିବାକୁ ଧ୍ୟାନ ଦେବାପାଇଁ ଗ୍ରାମବାସୀ କହିଥିଲେ । ଓ୍ବାର୍ଡବାସୀଙ୍କୁ ଘର ସମ୍ମୁଖ, ରାସ୍ତା,ନାଳ ସଵୁ ପରିଷ୍କାର କରି ରଖିବା ପାଇଁ ସରପଞ୍ଚ ମହୋଦୟା ସଚେତନତା ବାର୍ତା ଦେଇଥିଲେ ।ନିଜେ ପରିଷ୍କାର ରୁହ ଓ ପଡ଼ୋଶୀକୁ ପରିଷ୍କାର ରଖିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ପରିଷ୍କାର ରୁହ ମେଲେରିଆ ଓ ଡେଙ୍ଗୁ ବିପଦରୁ ମୁକ୍ତ ରୁହ ବାର୍ତ୍ତା ଦେଇଥିଲେ । ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କ ଏଭଳି ଜନକଲ୍ଯାଣ କାର୍ଯ୍ୟକ୍ରମକୁ ହାଟବାଦଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ