ରାଉରକେଲା/ ସେଲ୍ ଆରଏସପି ପକ୍ଷରୁ ମଡେଲ୍ ଗ୍ରାମର ମାନ୍ୟତା ପାଇଥିବା ଦଳପୋଷ ଠାରେ ଦୀପିକା ମହିଳା ସଂହତି ଦ୍ବାରା ଏକ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ର ସମାଜ କଲ୍ୟାଣ ବିଭାଗ ଓ ଦୀପିକା ମହିଳା ସଂହତି ର ମିଳିତ ଆନୁକୂଲ୍ୟରେ ଏହି ସେବା କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ଏଥିରେ ପ୍ରାୟ ୧୮୦ଜଣ ଗ୍ରାମବାସୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସଂପ୍ରତି କରୋନା ଓ ଓମିକ୍ରନ କୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ, ସାନିଟାରାଇଜର ଓ ମହିଳା ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହିଳା ସଂହତିର କାର୍ଯ୍ୟକାରୀ ସଭାପତି ଇନ୍ଦ୍ରାଣୀ କୁଣ୍ଡୁ,ଉପସଭାପତି ହର୍ଷିତା ସୂର୍ଯ୍ୟବଂଶୀ ଓ ହୀରଣ୍ମୟୀ ଶତପଥୀ, ସାଧାରଣ ସଂପାଦିକା ନମିତା ମହାପାତ୍ର, ସହସଂପାଦିକା ଅସୀମା ମିଶ୍ର, ସମାଜ କଲ୍ୟାଣ ବିଭାଗର ଉପ ମହାପ୍ରବନ୍ଧକ ଡି.ପ୍ରଧାନ, ଡାକ୍ତର ଉଷା ନାୟକ, ଫର୍ମାସିଷ୍ଟ ରାକେଶ ସିଂ ଙ୍କ ପ୍ରମୁଖ ଏହି ସ୍ବାସ୍ଥ୍ୟ ସେବା ଶିବିର ପରିଚାଳନା ରେ ସହଯୋଗ କରିଥିଲେ।(ରାଉରକେଲା ରୁ କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ)