ଥୁଆମୂଳ ରାମପୁର :- ମସୀହା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କୁ କାଶ୍ମୀର ସହିତ ତୁଳନା କରୁଥିବା ଅଞ୍ଚଳରେ ଏବେ ଏହି କେତେ ଦିନ ହେବ ଘନକୁହୁଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଅଛି।ପ୍ରବଳ ଥାଣ୍ତା ଅନୁଭୂତି ହେଉଅଛି। ଗରିବ ଲୋକେ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ବିଭିନ୍ନ କାର୍ଯ୍ଯନେଇ ଯିବା ପାଇଁ କେତେ କଷ୍ଟ ସହ୍ଯ କରିବାକୁ ପଡୁଛି ଦହନୀୟ ଜୀବନ ଯାପନ ଭିତରେ ଗତି କରୁଛିନ୍ତି ଗରିବ ଲୋକଙ୍କ ଅବସ୍ଥା ଦୁଃଖ ଦାୟକ ହୋଇପଡିଛି। ଏହା ସହିତ ଜନସାଧାରଣ ମଧ୍ୟ କଷ୍ଟ ସହ୍ଯ କରିବା ପାଇଁ ଏକ ପ୍ରକାର କଷ୍ଟକର ହୋଇପଡିଛି।ଚାରିଆଡେ ଘନ କୁହୁଡି ଢ଼ାଙ୍କି ରହିଛି ଏହା ହେବା ଯୋଗୁଁ ଜନସାଧାରଣ ଚଳପ୍ରଚଳ ରେ ବାଧକ ସାଜିଛି। ଅନ୍ଯପକ୍ଷରେ କହିବାକୁ ଗଲେ ଏବେ ଗାଡି ମଟର ଚଳାଚଳରେ ବିପଦ ଉପୁଜିବା ସମ୍ଭାବନା ରହିଥିବା ଅନୁମାନ କରାଯାଉଛି। ଏହି ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଦିନରେ କୁହୁଡିରେ ଆଛାଦିତ ହୋଇଥିବାରୁ ଦିନରେ ଗାଡିମଟର ଗୁଡିକ କୁ ଲାଇଟ୍ ଜଳେଇବାକୁ ପଡୁଛି। ଚାରିଆଡେ ଅନ୍ଧାର ହିଁ ଅନ୍ଧାର ଦେଖାଯାଉଥିବା ଦୃଶ୍ଯଦେଖିବାକୁ ମିଳିଛି।ଥିଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ
previous post