ଥୁଆମୂଳ ରାମପୁର: ମସୀହା :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୂଖ୍ଯାଳୟ ଠାରେ ଥିବା ଜଗନ୍ନାଥ କଲୋନୀ ପଡାର ଦୁଇ ଜଣ ନାଁ ବାଳକ ନିଖୋଜ ଥିବା ଘଟଣାକୁ ନେଇ ଥୁଆମୂଳ ରାମପୁର ପୁଲିସରେ ଅଭିଯୋଗ। ପୁଲିସରେ ଦେଇଥିବା ଅଭିଯୋଗ ପତ୍ରର ସୂଚନା ଅନୁସାରେ ଗତ ୧୨/୧/୨୦୨୨ ରିଖ ସକାଳ ପ୍ରାୟ ୫ ଘଣ୍ଟା ସମୟରେ ସର୍ଗତ ଅରଚିତ ବାଗଙ୍କ ପୁଅ ଉପେନ୍ଦ୍ର ବାଗ (୧୩) ଓ କୃଷ୍ଣ ଠାକୁରଙ୍କ ପୁଅ ନରେଶ ଠାକୁର (୧୨) ସବୁଦିନ ଭଳି ସେହି ଦିନ ମଧ୍ୟ ନାଁ ବାଳକ ଦୁଇ ଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ।ହେଲେ ସେମାନେ ଆଉ ଘରକୁ ଫେରିଲେ ନାହିଁ,ସକାଳ ଯାଇ ସଂନ୍ଧ୍ୟା ସମୟ ଆଗତ ହେଲା,ତଥାପି ସନ୍ଧାନ ମିଳିପାରିଲା ନାହିଁ, ତେଣୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହିତ ଅନ୍ଯାନ୍ଯ ସ୍ଥାନ ମାନଙ୍କରେ ଥିବା ତାଙ୍କ ନିଜର ସମ୍ପକୀୟ ଲୋକଙ୍କୁ ଫୋନ ଯୋଗେ ଯୋଗଯୋଗ କରି ଖବର ପଚାରି ବୁଝାବୁଝି କରିଥିଲେ ହେଲେ କୌଣସି ପତ୍ତା ମିଳିଲା ନାହିଁ,ଏହାକୁ ନେଇ ଦୁଇ ପରିବାରର ସଦସ୍ଯ ସଦସ୍ଯା ବହୁତ ଦୁଃଖ ଓ ଚିନ୍ତାରେ ରହିଛନ୍ତି। ତେଣୁ ଦୁଃଖରେ ଭାଙ୍ଗିପଡି ଥିବାବେଳେ ଏହି ଘଟଣାକୁ ନେଇ ବିରେନ୍ଦ୍ର ବାଗ ସ୍ଥାନୀୟ ଥାନାରେ ଲେଖିତ ପତ୍ର ଦେଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ, କୃଷ୍ଣ ଠାକୁର ନରେଶ ଠାକୁରଙ୍କ ବାପା ସେହି ଦୁଇ ଜଣ ନାଁ ବାଳକଙ୍କୁ ପ୍ରାୟ ୬.୩୦ ମିନିଟ୍ ରେ ସ୍ଥାନୀୟ ବସଷ୍ଟାଣ୍ଡ ପାଖରେ ବୁଲାବୁଲି କରୁଥିବା ଦେଖିଥିବା ବିଷୟ ମଧ୍ୟ ଲିଖିତ ପତ୍ରରେ ଉହ୍ଲେଖ କରାଯାଇଛି,ନାଁ ବାଳକ ଦୁଇ ଜଣଙ୍କର ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାଇଛନ୍ତି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ