Uncategorizedମାଓ କ୍ୟାମ୍ପ ଠାବ ,ବିପୁଳ ମାଓ ସାମଗ୍ରୀ ଜବତ by masihaJanuary 13, 20220203 Share0 ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ନୂଆପଡା: ନୂଆପଡା ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ମାଓବାଦୀ ଏବଂ ଏସଓଜି,ଡିଭିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଙ୍ଗ ବେଳେ ମାଓ-ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ଗୁଳିଚଳନା ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ପୁଣି ରି କୁମ୍ବିଙ୍ଗ କରି ଥିବା ବେଳେ ୧୦.୦୧.୨୨ ଦିନ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। କ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଅଛି। । ଏହି ଗୁଳିବିନିମୟ ମଧ୍ୟରେ ୩/୪ ଜଣ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଉର୍ଦ୍ଧ ଆହତ ହୋଇଥିବା ଅନୁମାନ କରାଯାଉଅଛି। ଗୁଳିଚଳନା କରି ମାଓବାଦୀମାନେ ମୃତ ଶରୀରକୁ ଜଙ୍ଗଳ ଭିତରକୁ ନେଇଯାଇଥିବା ସୂଚନା ଦେଇଛନ୍ତି। ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଏହି ସମ୍ମିଳନୀରେ ୨୧୬ ସିଆରପିଏଫ ବେଟାଲୀୟନ କମାଣ୍ଡେଡେଣ୍ଟ ରାଜେଶ ଭତ୍ସ, ଦ୍ୱିତୀୟ କମାଣ୍ଡେଡେଣ୍ଟ ଧିରଜ ସିଂ ପ୍ରମୁଖ ଉପସ୍ଥତ ରହିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ