କଳାହାଣ୍ଡି – କଳାହାଣ୍ଡି ଜିଲ୍ଲାରେ ଅଦିନିଆ ବର୍ଷାରେ ମଣ୍ଡି ଗୁଡିକର ଅବସ୍ଥା ବେହାଲ ଚାଷୀ ଙ୍କ ମୁଣ୍ଡରେ ଚଡକ ପଡିଛି।କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ । ବର୍ଷା ଯୋଗୁଁ ଖୋଲା ଆକାଶ ତଳେ ପଡିଥିବା ହଜାର ହଜାର କୁଇଣ୍ଟାଲ ଧାନ ଭିଜି ଯିବାର ଚିତ୍ର ସାମ୍ନା କୁ ଆସିଛି l କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ବେଳେ ମଣ୍ଡି ର ଖୋଲା ଆକାଶ ତଳେ ଥିବା ଚାଷୀଙ୍କ ଧାନ ଭିଜି ଯାଇଛି।
ବର୍ଷା କାରଣରୁ ପନିପରିବା ଚାଷ ଏବଂ ଡାଲି ଜାତୀୟ ଚାଷ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି l ଏହାସହ ମଣ୍ଡି ଗୁଡିକରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ଭିଜି ନଷ୍ଟ ହୋଇଯାଇଛି l ଧାନ ଭିଜି ଯାଇ ଥିବାରୁ ଗଜା ହୋଇଯିବା ଆଶଙ୍କାରେ ଅଛନ୍ତି ଚାଷୀ । ବର୍ଷାରେ ଧାନ ଭିଜି ଯାଇଥିବାରୁ ଅଧିକ କଟନୀ ଛଟନୀ ବି ହେବାର ଆଶଙ୍କା କରିଛନ୍ତି ଚାଷୀ।ଜିଲ୍ଲାରେ ଅଦିନିଆ ବର୍ଷା ଜାରି ରହିଛି।ମଣ୍ଡି ମାନଙ୍କ ରେ ହଜାର ହଜାର କୁଇଣ୍ଟାଲ ଧାନ ଓଦା ହୋଇ ପଡି ରହିଛି।ଟୋକନ ଥାଇ ବି ଚାଷୀର ଧାନ ମଣ୍ଡିରୁ ଉଠୁନାହିଁ।ପ୍ରଶାସନ ହାତ ଟେକି ଦେଇଥିବା ବେଳେ ମିଲରସ୍ ଙ୍କ ମର୍ଜିରେ ଚାଲିଛି ମଣ୍ଡି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….