ସଂପର୍କର ନିଅଁ ପଡିଲା ବେଳେ
ସାକ୍ଷୀ ଥିଲା ଆକାଶ, ବସନ୍ତର ମଳୟ
ଗୋଲାପର ମହକ ଓ କୋଇଲିର କୁହୁକୁହୁ ତାନ
ଆଜି ସଂପର୍କର ଡୋରୀ ଛିଣ୍ଡିଗଲା ବେଳେ
ସମସ୍ତେ ଚୁପଚାପ, ନୀରବ ଦର୍ଶକ
ଛାତିତଳେ କୋହ, ନୟନର ଜ୍ୟୋତି ନିଷ୍ପ୍ରଭ
ଉଦାସିଆ ଆକାଶ, ଆଜି ଗୁମସୁମ
କାଳେ ବରଷିଯିବ,ଆଉ ଭିଜାଇଦେବ
ସବୁ ସ୍ମୃତିକୁ,ଉଡାଇଦେବ ଝଡ ବତାସରେ
ଆମ ସଂପର୍କର ଅକୁହା କାହାଣୀ
ସେହି ଆଶଙ୍କାରେ ମନ ଆଶଙ୍କିତ
ତୁମେ ତ ସେ କଥା ବୁଝିପାରିବନି
ପ୍ରଶ୍ନିଳ ଦେବୀ
କାରଣ କେତେବେଳେ ତୁମେ ହୃଦୟବତୀ ତ
ପୁଣି କେତେବେଳେ ନିର୍ଜିବ ପଥର
ବୋଧହୁଏ ସେଥିପାଇଁ ଏଠି ପ୍ରେମ ନାହିଁ
ସବୁତ ଛଳନା
ମରିବାକୁ ହେବ, ଆଦରି ନେଇ ବଂଚିବା ବାହାନା….
ସଂପର୍କର ସ୍ମୃତିକୁ କଲେ ରୋମନ୍ଥନ
ସମୟଟା ଚାଲିଯାଏ ସିନା
ହୃଦୟରେ ଛାଡିଯାଏ ଗଭୀର ରେଖାଙ୍କିତ ସ୍ମୃତି
ଯାହାକୁ ନେଇ ଉଭୟ
ସୁଖଦୁଃଖର କୋଣାର୍କ ଗଢୁଗଢୁ
ମନସମୁଦ୍ରରେ ଅସଂଖ୍ୟ ଅସମାହିତ ପ୍ରଶ୍ନର
ଭାଙ୍ଗୁଥାଏ ଉତ୍ତାଳ ତରଙ୍ଗ
ଖୋଜିଚାଲିଥାଏ ଅସମାହିତ ପ୍ରଶ୍ନର ଅବିଛ୍ଛିନ୍ନ ଉତ୍ତରର ସମାହାର …….!!
*******************************
୧୪୮/୫, ହମିରପୁର, ରାଉରକେଲା-