କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ଜୁଗାପଦର ଗ୍ରାମର ବିଭୀଷଣ ନାୟକ ଙ୍କର ପୁଅ ପ୍ରମେୟ ଖବରକାଗଜ କେ ନୂଆଗାଁ ବ୍ଲକ ସାମ୍ବାଦିକ ସ୍ୱର୍ଗତଃ ସୁଦାମ ନାୟକ ଙ୍କର କୋରନା ଜନିତ ଅକାଳ ବିୟୋଗ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଘୋଷଣା ପ୍ରକାରେ ଆଜି କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ନିଜ ସରକାରୀ କାର୍ଯ୍ୟାଳୟ ଠାରେ ମୃତ ସାମ୍ବାଦିକ ସୁଦାମ ନାୟକ ଙ୍କର ପତ୍ନୀ ଲିଲିମା ନାୟକ ଙ୍କୁ ଅନୁକମ୍ପା ମୁଳକ ସହାୟତା ରାଶି ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମୃତ ସାମ୍ବାଦିକ ସୁଦାମ କୋରନା ରୋଗରେ ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ଫୁଲବାଣୀ ରେ ତାଙ୍କର ତା ୨/୫/୨୦୨୧ ରିଖ ଦିନ ମୃତ୍ୟୁ ହୋଇଥିଲା ।ତାଙ୍କର ମୃତ୍ୟୁ ସମୟରେ ବୟସ ୫୪ ବର୍ଷ ହୋଇଥିବା ଜଣାପଡିଥିବା ବେଳେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହି ତିନି ପୁଅ ଝିଅ କେହି ମଧ୍ୟ ବିବାହ କରି ନଥିବା ଜଣାପଡିଛି। ପରିବାର ପାଇଁ ବାପା ଜଣେ ଥିଲେ ସକ୍ଷମ ବ୍ୟକ୍ତି । ପିଲା ମାନଙ୍କ ଭବିଷ୍ୟତ ପାଇଁ ଯେଉଁ ସପ୍ନ ଦେଖିଥିଲେ ତାହା ଅଧୁରା ରହିଗଲା ବୋଲି ପରିବାର ପକ୍ଷରୁ ଶୁଣିବା କୁ ମିଳିଛି।( ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ )
previous post
next post