ଅଦିନିଆ ବର୍ଷାରେ ଭିଜିଲା ଶହ ଶହ କୁଇଣ୍ଟାଲ ଧାନ
କୋକସରା,- : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି । ତେବେ ଅଦିନିଆ ଲଗାଣ ବର୍ଷା ସହ କୋହଲା ପାଗ ଯୋଗୁଁ ବ୍ଲକ ର ବିଭିନ୍ନ ମଣ୍ଡି ରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡି ରହିଛି । ବ୍ଲକ ର କାଶିବାହାଲ, କାଉଡୋଲା, ଡହଗାଁ, ଡେଙ୍ଗାଗୁଡା, ଖୁଣ୍ଟିଆ, ତୁନଗାଁ, କନ୍ଦାବୁଟୁରା ମଣ୍ଡିରେ ଚାଷି ଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଅଦିନିଆ ବର୍ଷା ରେ ଖୋଲା ଆକାଶ ତଳେ ପଡି ରହିଛି । ଗତ ତିନିଦିନ ହେବ ଅଦିନିଆ ବର୍ଷା ଓ କୋହଲା ପାଗ ରେ ମଣ୍ଡିରେ ବର୍ଷା ଜାଡ ଶୀତ ସହ ସଂଘର୍ଷ କରି ଚାଷୀମାନେ ଦିନରାତି ଉଜାଗର ରହି ପାଳି କରି ପଡି ରହିଛନ୍ତି । କୋକସରା ବ୍ଲକ ର କାଶିବାହାଲ ମଣ୍ଡି ରେ ଅନେକ ଚାଷୀ ଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି । ଅନେକ ଚାଷୀଙ୍କ ଟୋକନ ଅବଧି ର ୨୦/୨୫ ଦିନ ବିତି ଯାଇଛି, ହେଲେ ମଣ୍ଡିରୁ ଉଠୁନାହିଁ ଧାନ । କାଶିବାହାଲ ମଣ୍ଡି ର କୈବଲ୍ୟ ମାଝୀଙ୍କ ଟୋକନ ୨୭/୧୨ ରେ ୫୭ କୁଇଣ୍ଟାଲ, ମହେଶ୍ୱର ରଣା ୫୦ କୁଇଣ୍ଟାଲ, ୨୮/୧୨ ଘାସିରାମ ବେମାଲ ୭୫ କୁଇଣ୍ଟାଲ, ୨୭/୧୨ ନରେନ୍ଦ୍ର ନାଗ ୩୭ କୁଇଣ୍ଟାଲ, ୨୧/୧୨ ସନ୍ତୋଷ କୁମାର ବେହେରା ୭୫କୁଇଣ୍ଟାଲ, ୨୧/୨୧ ଡମ୍ବରୁଧର ନାଗ ୭୩ କୁଇଣ୍ଟାଲ, ୨୭/୧୨ ଭୋଳାରାମ ଚଣ୍ଡି ୭୫ କୁଇଣ୍ଟାଲ, ୦୩/୦୧ ବିଘ୍ନ ରାଜ ବେହେରା ୭୫ କୁଇଣ୍ଟାଲ ୨୧/୧୨ ତାରିଖ ରେ ଟୋକନ ରହିଛି ଯାହାକି ଉଦାହରଣ ମାତ୍ର । ଏମିତି ଶତାଧିକ ଚାଷୀ ଙ୍କ ଟୋକନ ଥିବା ସତ୍ୱେ ମଧ୍ୟ ବିଭିନ୍ନ ମଣ୍ଡି ରୁ ବିଭିନ୍ନ କାରଣ ଦର୍ଶାଇ ଧାନ ଉଠାଣ ହୋଇନାହିଁ । ଏ ନେଇ କୋକସରା ତହସିଲଦାର ମନୋଜ କୁମାର ପାଢୀ ଙ୍କ ପ୍ରତିକ୍ରିୟା ନେବାରୁ ଆମେ ବିଭାଗ ତରଫରୁ ଉପ ଜିଲ୍ଲାପାଳ ଙ୍କୁ ଖବର ତଲବ କରିଛୁ । କୋକସରା ବ୍ଲକ ର ବିଭିନ୍ନ ଖୋଲା ମଣ୍ଡିରେ ପଡିଥିବା ଧାନ କ୍ଷୟକ୍ଷତି ଉପରେ ରାଜସ୍ୱ ବିଭାଗ ର କର୍ମଚାରୀ ସମେତ ମୁଁ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛି। ଆବଶ୍ୟକ ମୁତାବକ ଆକଳନ ପରେ ଚାଷି ଙ୍କୁ କ୍ଷତିପୂରଣ ଦେବାପାଇଁ ବିଭାଗ ପକ୍ଷରୁ ଆକଳନ କରାଯାଉଛି ଓ ଆସନ୍ତା ଏକ ସପ୍ତାହରେ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଳି ପ୍ରତିକ୍ରିୟା ଦେଇଛନ୍ତି ।( ମ ନି ସ )