ରାଉରକେଲା/ ଇସ୍ପାତ ସେଣ୍ଟ୍ରାଲ ମାର୍କେଟଠାରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଚିତ୍ତରଂଜନ ଜେନା ମୁଖ୍ୟ ଅତିଥି ଓ ମାର୍କେଟର ପ୍ରାକ୍ତନ ସଭାପତି ହରିହର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାସକବିଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିଦ୍ବୟ ଫକୀର ମୋହନଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋଚନା କରି କହିଲେ ଯେ ପ୍ରକୃତରେ ସେଥିଲେ ଓଡିଆ ଆଧୁନିକ ସାହିତ୍ୟର ଜଣେ ଦକ୍ଷ ସେନାପତି। ଓଡିଆ ଭାଷାର ଘୋର ଦୁର୍ଦ୍ଦିନରେ ସେ ଲେଖନୀ ଚାଳନା କରି ସରଳ,ସରସ,ମୌଳିକ ଓ ମାର୍ଜିତ ଗଦ୍ୟ ସାହିତ୍ୟ ସୃଷ୍ଟି କରି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି ଓଡିଆ ଜାତିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଯାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁକାନ୍ତ କୁମାର ଦାସ,ରତିକାନ୍ତ ଆଚାର୍ଯ୍ୟ, ବିନୋଦ କୌଶଲ, ଡି.କେ.ଆନନ୍ଦ, ଅଶୋକ ପଣ୍ଡା, ପ୍ରଦୀପ କୁମାର ମିଶ୍ର, ଅରବିନ୍ଦ ପରିଡା, ସପନ କଂସାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ
previous post