ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା, ଅଣପରିସରଭୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଅଭିଯୋଗରେ ସିଡିପିଓ ଅଫିସ ଘେରିଲା ଦଳିତ ଅଧିକାର ମଞ୍ଚ

*ନୂଆପଡ଼ା,

ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ ମହୁଳପଡା ଠାରେ ଏକ ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ବେଳେ ଜଣେ ଅଣପରିସରଭୁକ୍ତ ପ୍ରାର୍ଥୀନୀଙ୍କୁ ଚୟନ କରି ନିଯୁକ୍ତି ଦିଆଯାଇଥିବା ନେଇ ଆଜି ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ସିନାପାଲି ସିଡିପିଓ ଅଫିସ ଘେରାଉ କରି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ପରିସରଭୁକ୍ତ ଅଶାୟୀ ପ୍ରଥିନୀ ମାଧୁରୀ ବାଗ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ସ୍ଥାନୀୟ ଦଳିତ ଅଧିକାର ମଞ୍ଚ କୁ ଅବଗତ କରାଯାଇଥିବା ବେଳେ ମଞ୍ଚ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଗତ ନଭେମ୍ବର ୫ତାରିଖ ଦିନ ଚଟିଆଗୁଡା ମହୁଳପଡା ର ଖାଲି ପଡିଥିବା ଅଙ୍ଗନବାଡି ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ମୋଟ ୧୩ ଜଣ ପ୍ରାର୍ଥୀନୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୧୨ଜଣ ପ୍ରାର୍ଥୀନୀ ପରିସର ଭୁକ୍ତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରାର୍ଥୀନୀ ପ୍ରିୟଙ୍କା ବାଗ ଅଣ ପରିସର ଭୁକ୍ତ ହୋଇଥିବା ନେଇ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୨୭/୨୧ ଅନୁସାରେ ଡିସେମ୍ବର ୨ତାରିଖ ଦିନ ସର୍ବ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତଦାନୁସାରେ ଅବଶିଷ୍ଟ ୧୨ ଜଣ ପ୍ରାର୍ଥୀନୀ ଙ୍କ ମଧ୍ୟରେ ଅଙ୍ଗନବାଡି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀନୀ ଚୟନ କରିବାର ଆବଶ୍ୟକତା ରହିଥିଲା। ଉକ୍ତ ୧୨ ଜଣ ପ୍ରାର୍ଥୀନୀ ଙ୍କ ମଧ୍ୟରେ ମାଧୁରୀ ବାଗ ଜଣେ ଅନୁସୂଚୀତ ଜାତି ତଥା ଉଚ୍ଚଶିକ୍ଷା ଥିବା ସହ ସର୍ବାଧିକ ନମ୍ବର ରଖି ଥିବା ପ୍ରାର୍ଥୀନୀ ହେତୁ ଏହି ପଦବୀ ପାଇଁ ସେ ଯୋଗ୍ୟ ବିବେଚିତ ଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ କର୍ମଚାରୀ ଅଣ ପରିସର ଭୁକ୍ତ ପ୍ରାର୍ଥୀନୀ ପ୍ରିୟଙ୍କା ବାଗଙ୍କ ସହ ସଲାସୁତୁରା କରି ତାକୁ ଚୟନ କରି ନିଯୁକ୍ତି ଦେଇଛନ୍ତି। ଜଣେ ଅଣ ପରିସର ଭୁକ୍ତ ପ୍ରାର୍ଥୀନୀ ଙ୍କୁ କିପରି ଚୟନ କରି କାହା ସ୍ୱାର୍ଥରେ ନିଯୁକ୍ତି ଦିଆଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯୋଗ୍ୟ ଯେ ପ୍ରିୟଙ୍କା ବାଗ ଗଣ୍ଡାବାହାଳି ନିଵାସୀ ଦିବାନ ବାଗ(ମହାନନ୍ଦ) ଙ୍କ ଝିଅ ବୋଲି ଅଭିଯୋଗ ହୋଇଛି। ଦିବାନ ବାଗ ଗଣ୍ଡାବାହାଳି ର ଜଣେ ସ୍ଥାୟୀବାସିନ୍ଦା ହୋଇଥିବା ବେଳେ ସେଠାରେ ଭୋଟର ତାଲିକା କ୍ରମିକ ନମ୍ବର ୫୦୮ ଘର ନମ୍ବର ୧୪୨ ଅନୁସାରେ ରେ ଦିବାନ ମହାନନ୍ଦ ପିତା କେଲା ମହାନନ୍ଦ ବୋଲି ଉଲ୍ଲେଖ ଅଛି। ପୁଣି ସେଠାକାର ବାସିନ୍ଦା ଭାବେ ସେ ଘରଡିହ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଉପକୃତ ହେଉଥିବା ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ପ୍ରିୟଙ୍କା ବାଗ ମହୁଳପଡା ଠାରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି କେବଳ ପଢାପଢି କରୁଥିଲେ। ସେ ଗଣ୍ଡାବାହାଳି ର ସ୍ଥାୟୀବସିନ୍ଦା ହୋଇଥିବା ବେଳେ କେବଳ ପାଠ ପଢା ସୁବିଧା ପାଇଁ ମହୁଳପଡା ଠାରେ ଆସି କିଛିଦିନ ରହୁଥିଲେ। ସେ ମହୁଳପଡା ର ବାସିନ୍ଦା କିମ୍ବା ପରିସର ଭୁକ୍ତ ମଧ୍ୟ ନୁହନ୍ତି। ଏହା ବିଭାଗୀୟ ତରଫରୁ ମଧ୍ୟ ପୂର୍ବରୁ ସର୍ବସାଧାରଣ ରେ ପ୍ରକାଶ ପାଇଛି। କିନ୍ତୁ ବର୍ତ୍ତମାନ ତାଙ୍କୁ ଅଣ ପରିସରଭୁକ୍ତ ପ୍ରାର୍ଥୀନୀ ଙ୍କୁ କିପରି ଚୟନ କରି ପଦବୀରେ ନିଯୁକ୍ତି ଦିଆଗଲା । ଏହା ବିଭାଗୀୟ ଅଧିକାରୀ ଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି। ଏନେଇ ସିନାପାଲି ସିଡିପିଓ ଙ୍କ କାର୍ଯ୍ୟାଳୟ କୁ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଗ୍ରାମବାସୀ ଆସି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଉକ୍ତ ଅନିୟମିତତା ଘଟଣାର ତଦନ୍ତ କରି ପରିସର ଭୁକ୍ତ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଆଗାମୀ ସାତ ଦିନ ମଧ୍ୟରେ ଏହାର ପୁନର୍ବିଚାର ନ କଲେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା କୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି। ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିକ୍ଷକ ଙ୍କ ବିୟୋଗରେ ଶୋକ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଘୋଷଯାତ୍ରା

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort