ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ କାର୍ଯ୍ୟାଳୟ ପରିସର ମଧ୍ୟରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ସଢା ହରଡ ଡାଲି ଫୋପାଡି ଗଦା କରାଯାଇଥିବା ଦେଖିବାକୁ ମିଳିଛି ।ଏମିତିକି ସତ୍ୟତା ଲୁଚାଇବାପାଇଁ କିରୋସିନି ଢ଼ାଳି ଏହାକୁ ପୋଡ଼ି ନଷ୍ଟ କରିଦେବା ପାଇଁ ମଧ୍ୟ ଚେଷ୍ଟା କରାଯାଇଛି । ସୂଚନଯୋଗ୍ୟ ଯେ ବୋଡ଼େନ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାନୀୟ ଜଳ ଯୋଗାଣ ବିଭାଗ ଗୋଦାମ ଯାହାକି ନଳକୂପ ମରାମତି ପାଇଁ ଆସୁଥିବା ଲୁହା ସାମଗ୍ରୀ ରଖାଯାଇଥାଏ ଠିକ୍ ତାର ପଛପଟେ ପ୍ରାୟ କୋଡ଼ିଏ ରୁ ଉର୍ଦ୍ଧ ବସ୍ତା ସଢା ହରଡ ଡାଲି ଫୋପାଡି ଦିଆଯାଇଛି । ପୁଣି ଏହି ଡାଲି ବସ୍ତାକୁ ପ୍ରମାଣ ଲୁଚାଇବା ପାଇଁ କିରୋସିନି ଢ଼ାଳି ଜାଳି ଦେବାପାଇଁ ଚେଷ୍ଟା କରାଯାଇଛି । କିନ୍ତୁ ଏହା ପୁରା ନ ପୋଡ଼ି ଦରପୋଡା ଅବସ୍ଥାରେ ରହିଯାଇଛି । ଉକ୍ତ ସଢା ଡାଲି ଫିଙ୍ଗା ଯାଇଥିବା ସମ୍ମୁଖରେ ପୁରୁଣା ଶିଶୁ ବିକାଶ ପ୍ରକଳ୍ପର ଗୋଦାମ ରହିଥିଲା ବୋଲି ଲୋକେ ମତ ରଖିଥିବାବେଳେ ଏହି ଗୋଦାମ ସାମ୍ନାରେ ହରଡ ଡାଲି ଫୋପାଡି ଦିଆଯାଇ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି । ଯାହାକି ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷାରେ ପଚିସଢି ଯାଇ ପ୍ରବଳ ଦୁର୍ଗନ୍ଧ ବାହାରୁଛି । ଏବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଓ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଏହାର ସତ୍ୟତା ପଚାରି ବୁଝିବାରୁ କୌଣସି ପ୍ରକାର ଉତ୍ତର ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଶିକ୍ଷା ବିଭାଗ ଓ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପୂର୍ବରୁ ଏହି ଦୁଇଟି ବିଭାଗ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟକୁ ଚାଉଳ ଓ ଡାଲି ଯୋଗାଣ କରୁଥିଲେ , ଯଦି ଉକ୍ତ ଦୁଇଟି ବିଭାଗ ତାଙ୍କର ଡାଲି ନୁହେଁ ବୋଲି କହୁଛନ୍ତି ତେବେ ଏହି ଫୋପଡ଼ା ଯାଇଥିବା ପୁରୁଣା ପଚାସଡା ଡାଲି କାହାର ? କାହିଁକି ଏତେ ଦିନ ଧରି ଏହି ଡାଲି କୁ ରଖାଯାଇଥିଲା ? ଓ ଏଥିପାଇଁ ଦାୟୀ କିଏ ? । ନିଶ୍ଚିତ ଭାବରେ ଏହା ତଦନ୍ତ ଯୋଗ୍ୟ , । ଏଥିପ୍ରତି ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ତୁରନ୍ତ ତଦନ୍ତ ଜରୁରୀ ହୋଇପଡିଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post