ଗୋଳାମୁଣ୍ଡା/ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡିର ଦଶପୁର ଗ୍ରାମର ଖିତିସୁତାସା ଏକ ନିରୀହ ଗରୀବ ଓ ନିରକ୍ଷର ମହିଳା ଅଟେ, ମହିଳା ଙ୍କ ସଞ୍ଚୟ ଜମାଖାତାରୁ ୩୦ ହଜାର ଟଙ୍କା (ତିରିଶ ହଜାର)ଟଙ୍କାହଡପ ହୋଇଥିବା ଅଭିଯୋଗ ଅଞ୍ଚଳରେ ଜୋର ଚର୍ଚ୍ଚାଧରିଛି । ସୂଚନାରୁ ପ୍ରକାଶ ଯେ ଦଶପୁର ଗ୍ରାମର ଖିତିସୁତା ସା ଫରଙ୍ଗ ଷ୍ଟେଟବ୍ୟାଙ୍କରେ ସଞ୍ଚୟଜମା ଖାତା ଖୋଲି ଥିଲେ । କାଳିଆ ଯୋଜନା ଓ ପିଏମ କିଷାନ ଯୋଜନାରେ ଟଙ୍କା ପଡିଥିବା ଆଶା ନେଇ କ୍ଷିତିସୂତା ସା ଦଶପୁର ଗ୍ରାହକ ସେବା କେନ୍ଦ୍ର(C S P)କୋଡ,1A830693ଓ ବ୍ରାଞ୍ଚ କୋଡ,09682,ରେ ଖୋଲିଥିବା ଡମ୍ବରୁ ମେହେରଙ୍କ ଠାରେ ଜାଣିବା ପାଇଁ ଗତ ତା,୦୬/୦୭/୨୧,ତା୧୯/୦୭/୨୧ ଓ ତା ୨୩/୦୭/୨୧ରିଖ ତିନି ଦିନ ଧରି ନିଜର ଆଧାର କାର୍ଡ ଧରି ଚେକ କରିବାକୁ ଯାଇଥିଲା । ପ୍ରଥମ ଥରରେ ତିନି ଥର ଦ୍ୱିତୀୟ ଥରରେ ତିନି ଥର ଓ ତୃତୀୟ ଥରରେ ତିନି ଆଙ୍ଗୁଠି ଛାପ ନେଇଥିଲେ ବୋଲି ନିଜେ କ୍ଷିତିସୂତା ସା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଏନେଇ ଗ୍ରାହକ ସେବା କେନ୍ଦ୍ର ମାଲିକ ଡମ୍ବରୁ ମେହେରଙ୍କୁ ପ୍ରତିକ୍ରିୟା ମାଗିବା ପରେ ମୋର ନିଜର ଆଇ ଡ଼ି ରେ ଯଦି ଟଙ୍କା ଉଠାଣ ହେଇଛି ସମସ୍ତ ଟଙ୍କା ଫେରସ୍ତ କରିବି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ । ଡମ୍ବରୁ ମେହେର ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହ ପଞ୍ଚାୟତର ଯୋଗାଣ ସହାୟକରେ ମଧ୍ୟ ନିଯୁକ୍ତି ପାଇଛିବୋଲି ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମାନୁଯାଇ ଜଣେ ଲୋକ ଦୁଇଟି ପଦବୀରେ ରହିବା କେତେଦୂର ଯୁକ୍ତିଯୁକ୍ତ । ଏ ନେଇ ମଧ୍ୟ ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି । ଆଉପୁଣି ଡମ୍ବରୁ ମେହେରଙ୍କ ନିଜର ଦୁଇଟି ଆଇ ଡ଼ି ଥିବା କଥା ନିଜେ କ୍ଷିତିସୂତା ଅଭିଯୋଗ କରିଛନ୍ତି । ଏ ନେଇ ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗୋଳାମୁଣ୍ଡା ଥାନାଅଧିକାରୀ ଏବଂ ଫରଙ୍ଗ ଏସବିଆଇ ଶାଖାପରିଚାଳକ କଣ ପଦକ୍ଷେପ ନେବେ ଆଗାମୀ ଦିନକୁ ଅପେକ୍ଷା ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ପ୍ରତିନିଧି,