ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର ପାଞ୍ଚଜଣ ଚାଷୀଙ୍କ ଚାଷ ଜମିରେ ତିଖାଲି ବାମକେନାଲ ପାଣିପସି ଜମି ନାଲରେ ପରିଣତ ହେବା ସହିତ କିଛି ଚାଷୀଙ୍କ ଜମିହୁଡା ଭାଙ୍ଗି ଜମି କ୍ଷତି ହେଉଥିବାରୁ ତାର ସ୍ଥାଇ ସମାଧାନ ପାଇ ଖଡ଼ିଆଳ ଲୋୟର ଇନ୍ଦ୍ର ଇରିଗେଶନ ଏକ୍ସଜୁକେଟିଭ ଇଞ୍ଜିନିଅରଙ୍କୁ ଦାବିପତ୍ର ଦେଇଥିଲେ l ଚାଷୀଙ୍କ ଅଭିଯୋଗ ଅନୁଯାଇ ତିଖାଲି ବାମ କେନାଲ ରେ 2014 ମସିହାରୁ ପାଣିଛଡା ହେବା ଦିନଠାରୁ ଉପରୋକ୍ତ ଚାଷୀ ମାନଙ୍କ ଜମିରେ କେନାଲ ପାଣି ଓ ବର୍ଷା ଜଳ ବହୁତ ଭାବରେ ପାଣି ଚାଷୀ ମାନଙ୍କ ଜମିକୁ ପାଞ୍ଚଫୁଟ ରୁ ଅଧିକ ଖାଲକରି ନାଳ କରିବା ଏହା ଗୋଟିଏ ବର୍ଷର ସମସ୍ୟା ନୁହେଁ କେନାଲରେ ପାଣିଛଡା ହେବାଦିନୁ ଏଭଳି ହୋଇଛି l ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେମଧ୍ୟ କେହି କର୍ଣ୍ଣପାତ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି l ଚାଷୀଙ୍କ କହିବା ଅନୁଯାଇ କେନାଲ ର ଶେଷ ମୁଣ୍ଡରେ ଥିବା ପାଣିକୁ କେନାଲ ତିଆରିକରି ନିକଟସ୍ଥ ସୁନ୍ଦର ନଦୀରେ ପକାଇଲେ ଚାଷଜମି କ୍ଷତି ହେବନାହିଁ ଚାଷୀମାନେ ସୁବିଧା ପାଇବୁ ବୋଲି ଲିଖିତ ଭାବରେ ଦେବାସହ ଆଗାମି ଦିନରେ ଯଦି ସମଶ୍ୟl ର ସମାଧାନ କରାନଯାଏ ତାହେଲେ ରାଜରାସ୍ତାକୁ ଓଲ୍ଲେଇବା ପାଇଁ ଧମକ ଦେଇଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ
previous post